ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଆଜି ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏହି ସମ୍ମିଳନୀରେ ଉଭୟ ନେତା ଦ୍ୱିପାକ୍ଷୀୟ ରଣନୀତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ।
ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି କି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଥିଲା କିନ୍ତୁ ଏହି ଯାତ୍ରା ହୋଇ ପାରିଲା ନାହିଁ । ଏହାରି ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜିତ କରିବା ଉପରେ ସହମତି ବ୍ୟକ୍ତ କରିଛନ୍ତି ।
ମନ୍ତ୍ରାଳୟ ଅନୁସାରେ , ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଜୁନ୍ ଅର୍ଥାତ ଆଜି ଅଷ୍ଟ୍ରେଲିଆର ନିଜ ସମକକ୍ଷ ସ୍କଟ ମୋରିସନ୍ ଙ୍କ ସହିିତ ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ ଶିଖର ସମ୍ମିଳନୀ ଅୟେଜେିତ କରିବେ । ପ୍ରଥମ ଥର ପାଇଁ ମୋଦି ଭର୍ଚୁଆଲ ମାଧ୍ୟମରେ ଶିଖର ସମ୍ମିଳନୀ ଆୟୋଜି୍ କରୁଛନ୍ତି । ଯାହା ଅଷ୍ଟ୍ରେଲିଆ ସହିତ ଭାରତ ସମ୍ବନ୍ଧକୁ ମଜବୁତ ଏବଂ ବିକାଶ ଦର୍ଶାଉଛି ।