ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜାରି ହେଲା ରେଡ କର୍ଣ୍ଣର ନୋଟିସ । ଇଣ୍ଟରପୋଲ ଜାରି କରିଥିବା ଏହି ନୋଟିସ ଏବେ ଅଡୁଆରେ ପକାଇଛି ନୀରବ ମୋଦିଙ୍କୁ । ଆଉ ଏ ଦେଶରୁ ସେ ଦେଶକୁ ଚକ୍କର କାଟିବା ତାଙ୍କ ପାଇଁ ଅସମ୍ଭବ । ଏବେ ଯେଉଁ ଏୟାରପୋର୍ଟରେ ଦେଖା ମିଳିବ ସଙ୍ଗେ ସଙ୍ଗେ ଗିରଫ ହେବେ ନୀରବ । ପିଏନବି ମହାଘୋଟାଲରେ ମୁଖ୍ୟ ହେଉଛନ୍ତି ନୀରବ ମୋଦି ।
ଭାରତରୁ ପଳାଇଥିବା ନୀରବ ଏବେ ଲଣ୍ଡନରେ ରହୁଥିବା ଖବର ମିଳିଛି । ରେଡ କର୍ଣ୍ଣର ନୋଟିସ ଜାରି ପରେ ଏବେ ଇଣ୍ଟରପୋଲ ସଦସ୍ୟମାନେ ତାଙ୍କୁ ଠାବ କରିବାକୁ ଜୋରଦାର ପ୍ରାୟସ ଚଳାଇଛନ୍ତି । ସୂଚନାଯୋଗ୍ୟ, ନୀରବଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ପୂର୍ବରୁ ଇଣ୍ଟରପୋଲକୁ ଅନୁରୋଧ କରିଥିଲା ସିବିଆଇ । ଇଣ୍ଟରପୋଲ ଅଧିନରେ ପ୍ରାୟ ୧୯୨ଟି ଦେଶ ଆସେ । ତେଣୁ ନୋଟିସ ପରେ ଏବେ ସବୁ ଦେଶ ନୀରବଙ୍କ ଉପରେ ନଜର ରଖିଛି । ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଶା ବାନ୍ଧିଛି ଇଣ୍ଟରପୋଲ ।