ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ନାଗରିକ ଏବେ ବିନା ଭିସାରେ ବ୍ରାଜିଲ ଯାଇପାରିବେ । ଏନେ ଗୁରୁବାର ଦିନ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଘୋଷଣା କରିଛନ୍ତି କି ଚୀନ ଏବଂ ଭାରତର ଯାତ୍ରୀ କିମ୍ବା ବ୍ୟବସାୟୀଙ୍କୁ ଏବେ ବ୍ରାଜିଲ ଆସିବା କୌଣସି ଭିସାର ଆବଶ୍ୟକତା ନାହିଁ ।
ବର୍ଷ ଆରମ୍ଭରୁ ବ୍ରାଜିଲ ସତ୍ତା ସମ୍ଭାଳୁଥିବା ଜେୟର ବୋଲସୋନାରେ ସରକାରଙ୍କ ଆସୁ ଆସୁ ବିକସିତ ଦେଶ ପାଇଁ ଭିସାର ଆବଶ୍ୟକତାକୁ ସମାପ୍ତ କରିଛନ୍ତି । ଏହି ଯୋଜନା ଅନୁଯାୟୀ ପ୍ରଥମ ଥର କୌଣସି ବିକାସଶୀଳ ରାଷ୍ଟ୍ର ପାଇଁ ବ୍ରାଜିଲ ତାର ଭିସା ନିୟମରେ ପରିବର୍ତ୍ତନ କରିଛି ।
ଚଳିତ ବର୍ଷ ଆରମ୍ଭରୁ ବ୍ରାଜିଲ ସରକାର ପକ୍ଷରୁ ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆର ଯାତ୍ରୀ ଏବଂ ବ୍ୟବସାୟ ସହ ଜଡିତ ଲୋକଙ୍କ ପାଇଁ ଭିସା ଆବଶ୍ୟକତାକୁ ସମାପ୍ତ କରିଯାଇଥିଲା । ମାତ୍ର ଏହି ଦେଶ ଗୁଡିକରେ ଭିସାର ଆବଶ୍ୟକତା ରହିଛି ।