ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଋଷ ସଫଳ କରୋନା ଭ୍ୟାକସିନ ନିର୍ମାଣ କରୁଥିବା ଦାବି କରୁଥିବା ବେଳେ ବିବାଦ କିନ୍ତୁ ଋଷର ପିଛା ଛାଡୁନି । ପ୍ରଥମରୁ ହିଁ ଏହାର ପରୀକ୍ଷଣଙ୍କଳୁ ନେଇ ପ୍ରଶ୍ନ ଉଠାଇଛି ଆମେରିକା ଓ ବ୍ରିଟେନ । କିଭଳି କମ ସମୟ ମଧ୍ୟରେ ଋଷ ଭ୍ୟାକସିନର ପରୀକ୍ଷଣ କଲା ।ତାକୁ ମୁଦ୍ଦା କରିଛି ଆମେରିକା ଓ ବ୍ରିଟେନ । ସେପଟେ ଏହି ଭ୍ୟାକସିନର ସତ୍ୟତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଆପତ୍ତିକରିଛି । ଋଷ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସଠିକ ତଥ୍ୟ ପ୍ରଦାନ କରିନଥିବା ହୁ ଅଭିଯୋଗ କରୁଛି ।
ତେବେ ଏହାକୁ ନେଇ ଏବେ ଋଷରେ ମଧ୍ୟ ବିବାଦ ଦେଖା ଦେଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶ୍ନ ପରେ ଋଷର ଜଣେ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଭ୍ୟାକସିନ ତିଆରି ପ୍ରକ୍ରିୟାକୁ ବିରୋଧ କରି ଇସ୍ତଫା ଦେଇଛନ୍ତି ଜ୍ଝ ଡାକ୍ତର ଆଲେକ୍ସାଣ୍ଡର୍ କୁଶଲିନ୍ ଏବେ ଇସ୍ତପା ଦେଇଛନ୍ତି । ସେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଭ୍ୟାକସିନ ତିଆରିରେ ମେଡିକାଲ ଏଥିକ୍ସର ଉଳ୍ଲଘଂନ କରାଯାଇଛି । ଏମିତିକି ରାଜନୈତିକ ଚାପ ଯୋଗୁ ଭ୍ୟାକସିନର ପରୀକ୍ଷଣ ମଧ୍ୟ ଠିକ ହୋଇନାହିଁ । ତରବରିଆ ଭାବେ ଭ୍ୟାକସିନ ପ୍ରସ୍ତୁତ କରାଯାଇଛି । ଯାହାକୁ ବିରୋଧ କରି ଡାକ୍ତର ଆଲେକ୍ସାଣ୍ଡର କୁଶଲିନ ମେଡିକାଲ କାଉନସିଲରୁ ଇସ୍ତଫା ଦେଇଛନ୍ତି । ଡାକ୍ତର କୁଶଲିନ ହେଉଛନ୍ତି ଋଷର ୧୦ ଜଣ ଟପ ଡାକ୍ତରଙ୍କ ମଧ୍ୟରୁ ଜଣେ ।