ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ଯୋଗ ଦେବା ପାଇଁ ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ଯାତ୍ରା କରିବେ ରକ୍ଷାମନ୍ତ୍ରୀ ରାଜନାଥ ସିଂ । ଭାରତ-ଚୀନ ଭିତରେ ଚାଲିଥିବା ସୀମା ବିବାଦ ମଧ୍ୟରେ ରକ୍ଷାମନ୍ତ୍ରୀ ଋଷ ଗସ୍ତ କରୁଛନ୍ତି ।
ଋଷର ବିଦେଶ ମନ୍ତ୍ରୀ ସର୍ଗେଇ ଜୁନ୍ ୨୩ ରେ ଋଷ-ଭାରତ-ଚୀନ ତ୍ରୀପାକ୍ଷୀୟ ବିଦେଶ ମନ୍ତ୍ରୀ ବାର୍ତ୍ତାର ହୋଷ୍ଟିଙ୍ଗ କରିବାକୁ ଯାଉଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି ଭାରତ ଓ ଚୀନ ମଧ୍ୟରେ ଲାଗିଥିବା ବିବାଦରେ ମଧ୍ୟସ୍ତତା କରିବାକୁ ଚେଷ୍ଟା କରୁଛି ମସ୍କୋ ।
ଚୀନ୍ ସହିତ ଗତ କିଛି ଦିନ ହେବ ଋଷର ବନ୍ଧୁତା ଭଲ ରହିଛି । କାରଣ ଆମେରିକି ପ୍ରତିବନ୍ଧ ପରେ ଋଷ ସହିତ ବେପାର କରୁଛି ଚୀନ୍ ।
ସୂଚନାଯୋଗ୍ୟ, ଲଦାଖ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ବିବାଦର ଦୁଇ ଦିନ ପରେ ଋଷରେ ଭାରତର ରାଜଦୂତ ଡି ବାଲା ଭେଙ୍କଟେଶ ବର୍ମା ଏବଂ ଋଷର ଉପ ବିଦେଶ ମନ୍ତ୍ରୀ ଇଗୋର ମୋର୍ଗୁଲୋଭଙ୍କ ମଧ୍ୟରେ ଫୋନ୍ ଯୋଗେ ଆଲୋଚନା ହୋଇଥିଲା ।