ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ପଞ୍ଚମ ଦିନ । ଦିନ ଯେତିକି ଯେତିକି ବଢୁଛି ୟୁକ୍ରେନର ସ୍ଥିତି ସେତିକି ଖରାପ ହେଇ ହେଇ ଯାଉଛି । ଦୋକାନ ମାନଙ୍କରେ ରାଶନ ନାହିଁ, ଏଟିଏମରେ ଟଙ୍କା ନାହିଁ, ଲୋକଙ୍କୁ ଖାଇବା ପିଇବାରେ ଅସୁବିଧା ହେଉଛି ।
ଏହାରି ମଧ୍ୟରେ ୟୁକ୍ରେନର ରକ୍ଷା ମନ୍ତ୍ରାଳୟ ଦାବି କରିଛି କି , ଗତ ୪ଦିନରେ ଏହି ଯୁଦ୍ଧରେ ଋଷର ମଧ୍ୟ ଅନେକ କ୍ଷତି ହୋଇଛି ।
ସେ ଦାବି କରିଛନ୍ତି କି, ଯୁଦ୍ଧ ସମୟରେ ୟୁକ୍ରେନ ସେନା, ଶତୃଙ୍କ ୨୯ ବିମାନ, ୨୯ ହେଲିକପ୍ଟର, ୧୯୧ ଟ୍ୟାଙ୍କ, ୭୪ ତୋପ, ୮୧୬ ଯୁଦ୍ଧ ବିମାନ, ଜାହାଜ, ୫ ବାୟୁରକ୍ଷା ପ୍ରଣାଳୀ ନଷ୍ଟ କରିଛନ୍ତି ।
ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି ।