ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇତିହାସ ସୃଷ୍ଟି କରିଛି ମୋଦିଙ୍କ ବିଶାଳ ସୋ ହାଓଡି ମୋଦି । ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ହୋଇଥିବା ଏହି ସୋରେ ପ୍ରଧାନମନ୍ତ୍ରୀ ମୋଦି ୫୦ ହଜାର ଲୋକଙ୍କୁ ସମ୍ବୋନ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମ୍ପର୍କ ସୁଦୃଢ ହେଉଥିବାର ଜଣାପଡିଛି । ଏହି ଅବସରରେ ହ୍ୟୁଷ୍ଟନର ଏନଆରଜି ଷ୍ଟାଡିୟମ ଉତ୍ସବ ମୁଖର ହୋଇପଡିଥିଲା । କେବଳ ମୋଦି ମୋଦି ସ୍ୱରରେ ପ୍ରକମ୍ପିତ ହେଉଥିଲା ଷ୍ଟାଡିୟମ ।
ଷ୍ଟାଡିୟମରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେବା ଅବସରରେ ମୋଦି ବିଭିନ୍ନ ଭାଷାର ବ୍ୟବହାର କରିଥିଲେ । ସେହି ଭାଷା ମଧ୍ୟରେ ସାମିଲ ଥିଲା ଓଡିଆ ଭାଷା । ମୋଦି ଓଡିଆ ଭାଷାରେ କହିଥିଲେ କି ସବୁ ଭଲ ଅଛି । ଏହାପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଓଡିଆ ଗର୍ବ ଅନୁଭବ କରିବା ସହିତ ଖୁସିର ଉତଫୁଲିତ ହୋଇପଡିଥିଲେ ।
ଏହି ବିଶାଳ ସୋ”ରେ ସାମିଲ ହେବା ପାଇଁ ବିଭିନ୍ନ ସ୍ଥାନରୁ ଭାରତୀୟ ମାନେ ଆସିଥିଲେ । ଏଥିରେ ୩ ଶହରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ । ସବୁଠାରୁ ଆକର୍ଷଣୀୟ ଥିଲା ଓଡିଶାର ଓଡିଶୀ ନୃତ୍ୟ । ଏହି ନୃତ୍ୟ ଦେଖିବା ପରେ ପ୍ରବାସୀ ଭାରତୀୟ ସମ୍ପୂର୍ଣ୍ଣ ମନ୍ତ୍ରମୁଗ୍ଧ ହୋଇପଡିଥିଲେ ।