ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତକାଲି ୭୩ ତମ ସାଧାରଣ ଜାତିସଂଘ ଅଧିବେଶନରେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଭାରତ ବିରୋଧରେ ଦେଇଥିବା ମନ୍ତବ୍ୟର କଡା ଜବାବ ଦେଇଛି ଭାରତ । ବିଦେଶ ମନ୍ତ୍ରଣାଳୟ ସଚିବ ବିଦିଶା ମୈତ୍ରା ଜବାବ ରଖି କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଜଣେ ରାଷ୍ଟ୍ର ମୁଖ୍ୟଙ୍କ ମୁହଁରେ କେବେ ହେଲେ ଶୋଭା ପାଏ ନାହିଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଚନ୍ତି ବୋଲି ସେ କହିଛନ୍ତି । ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗକୁ ନେଇ ଯାହା କିଛି ବି କହିଛନ୍ତି ସେ ସବୁ ସମ୍ପୂର୍ଣ୍ଣ ମିଛ କଥା ।
ସେ କହିଛିନ୍ତି ପାକିସ୍ତାନ ୟୁଏନ ମଞ୍ଚର, ଦୁରୁପଯୋଗ କରିଛି । ପାକିସ୍ତାନ ନିଜେ ଓସାମା ବିନ ଲାଡେନକୁ ସୁରକ୍ଷା ଦେଇ ରଖିଥିଲା । ପାକିସ୍ତାନରେ ଆତଙ୍କାବାଦୀ ସଂଗଠନ ନାହିଁ, ଇମ୍ରାନ ଏହାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ବିଦେଶ ସଚିବ । ସୂଚନାଯୋଗ୍ୟ ଗତକାଲି ଜାତିସଂଘର ୭୪ତମ ସାଧାରଣ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦାବି କରିଛନ୍ତି ତାଙ୍କ ଦେଶରେ ଗୋଟିଏ ବି ଆତଙ୍କବାଦୀ ସଂଗଠନ ନାହିଁ। ଭାରତ ତାଙ୍କ ଦେଶ ବିରୋଧରେ ଆଣିଥିବା ଅଭିଯୋଗ ଭୁଲ ।
ବିଶ୍ୱରେ ଏବେ ‘ଇସ୍ଲାମଫୋବିଆ’ ସୃଷ୍ଟି ହୋଇଛି। ସମସ୍ତେ ମୁସଲିମ୍ଙ୍କୁ ଏହି ଦୃଷ୍ଟିରେ ଦେଖୁଛନ୍ତି।ଭାରତ ଜମ୍ମୁ-କଶ୍ମୀରରୁ କଟକଣା ଉଠାଇଲେ ସେଠାରେ ରକ୍ତନଦୀ ବୋହିବ। ଜମ୍ମୁ-କଶ୍ମୀରରେ ଭାରତ ସରକାର ଲୋକଙ୍କୁ ଏକପ୍ରକାର ଗୃହବନ୍ଦୀ କରିଥିବା ସେ କହିଛନ୍ତି । ପରିସ୍ଥିତି ଏମିତି ଜାରି ରହିଲେ ୧୩୦ କୋଟି ମୁସଲମାନ ଧରିବେ ଅସ୍ତ୍ର ଧରିବେ ବୋଲି ସେ ଧମକ ଦେଇଥିଲେ ।