ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ସାଂସଦ ନବୋଜତ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ଶତ୍ରୁଘ୍ନ ସିହ୍ନା ପାକିସ୍ତାନ ଗସ୍ତ କରିଛନ୍ତି । ଏବଂ ସେଠାରେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଭେଟିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଏଇ ନିକଟରେ ।ଥ୍ରୁଘ୍ନ ସିହ୍ନା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ଗସ୍ତ କରିଥିଲେ । ସେଠାରେ ବିବାହ ଉତ୍ସବରେ ଯୋଗଦେବା ସମେତ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଭେଟିଛନ୍ତି । ଯାହାକୁ ଏବେ ବିରୋଧୀ ସମାଲୋଚନା କରିବା ଆରମ୍ଭ କଲେଣି । ଅନ୍ୟପଟେ ଏହି ସାକ୍ଷାତକାରକୁ ନେଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତଗତ ସାକ୍ଷାତକାର । ଏଥିରେ କୌଣସି ରାଜନୈତିକ କାରଣ ନାହିଁ ।
ଅପରପକ୍ଷେ ପାକିସ୍ତାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷହରୁ ଏକ ଟ୍ୱିଟ କରି ଏହି ସାକ୍ଷାତକାରର ସୂଚନା ଦିଆଯାଇଛି । ପାକିସ୍ତାନ ପକ୍ଷରୁ କୁହାଯାଇଛି ଏହି ସାକ୍ଷାତକାର ଲାହୋରରେ ହୋଇଥିଲା । ଯେଉଁଥିରେ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠିଛି । ଉଭୟଙ୍କ ମଧ୍ୟ ଦେଶ ମଧ୍ୟରେ କିଭଳି ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ ତାକୁ ନେଇ ଚର୍ଚ୍ଚା ହୋଇଥିବା ଉଲ୍ଲେଖ କରାଯାଇଛି । ପୂର୍ବରୁ କଂଗ୍ରେସ ସାଂସଦ ନବଜୋତ ସିଦ୍ଧୁ ପାକିସ୍ତାନ ଗସ୍ତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାକ୍ଷାତ କରିଥିଲେ । ଯାହାକୁ ସହଜରେ ଗ୍ରହଣ କରି ପାରିନଥିଲେ ବିରୋଧୀ ଓ ଭାରତୀୟ । ପରେ କଂଗ୍ରେସକୁ ଏହାକୁ ନେଇ ଅନେକ ବିବାଦକୁ ସାମ୍ନା କରିବାକୁ ପଡିଥିଲା ।