ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତକାଲି ଇଂଲଣ୍ଡ ଠାରୁ ଇଣ୍ଡିଆ ପରାସ୍ତ ହେବା ପରେ ଭାରତୀୟଙ୍କ ଅପେକ୍ଷା ବେଶି ଦୁଃଖ ପ୍ରକାଶ କରିଛନ୍ତି ପାକିସ୍ତାନୀ । କାରଣ ଭାରତ ବିଜୟ ହୋଇଥିଲେ ପାକିସ୍ତାନକୁ ସେମିଫାଇନାଲକୁ ଯିବା ଆଶା ସାମାନ୍ୟା ଉଜ୍ଜୀବିତ ହୋଇଥାନ୍ତା । ଯେଉଁଥି ପାଇଁ ଗତକାଲି ମ୍ୟାଚ ଚାଲିଥିବା ସମୟରେ ଭାରତର ଛକା ଆଉ ଚୌକାରେ ପାକିସ୍ତାନୀ ସମର୍ଥକଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା ଇଣ୍ଡିଆ ଇଣ୍ଡିଆ । ଏମିତି କି ପାକିସ୍ତାନୀ ଗତକାଲି ଭାରତ ଇଂଲଣ୍ଡକୁ ହରାଇବା ପାଇଁ ଦୁଆ ମଧ୍ୟ କରିଥିଲେ । ମାତ୍ର ଭଗବାନ ପାକିସ୍ତାନ ଡାକ ଶୁଣି ନାହାନ୍ତି ।
ତେବେ ଏହି ଅବସରରେ ପାକିସ୍ତାନ ପୂର୍ବତନ ଅଧିନାୟକ ସୋଏବ ଅଖତର କହିଛନ୍ତି ଭାରତର ପରାଜୟରେ ଆମେ ନିରାଶ ହୋଇଛୁ । ଆମ ପ୍ରାର୍ଥନା ହିନ୍ଦୁସ୍ତାନର କାମରେ ଆସିଲା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଚାହୁଁଥିଲୁ କି ଭାରତ ଇଂଲଣ୍ଡକୁ ହରାଉ ବୋଲି । ଭାରତ ଇଂଲଣ୍ଡକୁ ହରାଇ ଥିଲେ ଆମ ରାସ୍ତା ଖୋଲି ଥାନ୍ତା । ପାକିସ୍ତାନ ଏବଂ ବାଂଲାଦେଶର କୋଟି କୋଟି ଲୋକଙ୍କ ପ୍ରାର୍ଥନା ଭାତରେ ପହଞ୍ଚି ପାରିଲା ନାହିଁ ।
ସେ କହିଛନ୍ତି ପ୍ରଥମ ଥର ପାଇଁ ଭାରତକୁ ପାକିସ୍ତାନ ସମର୍ଥନ କରିଥିଲା । ଆମର ସପୋର୍ଟ ଭାରତକୁ ମୋଟିଭେଟ କରି ପାରିଲା ନାହିଁ କି ଭାରତ ଜିତି ଯାଉ ଆଉ ଆମେ ସେମି ଫାଇନାଲରେ ପହଞ୍ଚି ଯାଉ ବୋଲି । କେବଳ ସେତିକି ନୁହେଁ ସେ ଭାରତୀୟ ବୋଲରଙ୍କୁ ଆଗକୁ ଭଲ ପ୍ରଦର୍ଶନ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ତା ନହେଲେ ଏହା ଆଗକୁ ମହଙ୍ଗା ପଡିପାରେ ବୋଲି ସୋଏବ କହିଛନ୍ତି ।