ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଆଲୋଚନା । ଆସନ୍ତା ବୁଧବାର ଦିନ ହେବ ଏହି ଐତିହାସିକ ଆଲୋଚନା । ଭାରତ ପାକିସ୍ତାନ ମଧ୍ୟରେ ସିନ୍ଧୁନଦୀ କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଆସନ୍ତା ବୁଧବାର ଦିନ ଲାହୋରଠାରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ । ଭାରତର ସିନ୍ଧୁନଦୀ ଜଳ କମିଶନର ପିକେ ସାକ୍ସେନା ଦୁଇ ଦିନ ପାକିସ୍ତାନ ଗ୍ରସ୍ତରେ ଆସୁଥିବା ପାକିସ୍ତାନ ଗଣମାଧ୍ୟମ ଡନ ରେ ପ୍ରକାଶ ପାଇଛି । ସେହିଭଳି ଭାରତୀୟ ସିନ୍ଧୁନଦୀ ଜଳ କମିଶନରଙ୍କ ସହ ପାକିସ୍ତାନ ପ୍ରତିପକ୍ଷ ସୟିଦ ମେହର ଅଲ୍ଲୀ ଶାହା ସିନ୍ଧୁନଦୀ ଜଳ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି ।
ତେବେ ପୂର୍ବରୁ ମଧ୍ୟ ସିନ୍ଧୁନଦୀ ଜଳକୁ ନେଇ ନୂଆଦିଲ୍ଲୀରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ୧୯୬୦ ମସିହାରେ ସିନ୍ଧୁ ନଦୀ ଜଳକୁ ନେଇ ଉଭୟ ଦେଶ କରିଥିବା ଚୁକ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।