ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପ୍ରିଲ ୩୦ ଅର୍ଥାତ ଆଜି ଲାଗୁ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ମେଶ ରାଶିରେ ଏହି ସୂର୍ଯ୍ୟପରାଗ ଲାଗିବାକୁ ଥିବା ବେଳେ କିଛି ରାଶିରେ ଏହାର ନକରାତ୍ମକ ପ୍ରଭାବ ପଡିବ । ସେହିପରି ଆଉ କିଛି ରାଶିରେ ଏହାର ସକରାତ୍ମକ ପ୍ରଭାବ ମଧ୍ୟ ପଡିବ । ଏହାସହିତ ୪ ଟି ରାଶି ତଥା ମେଷ, କର୍କଟ, ବୃଷ ଓ ଧନୁ ରାଶିକୁ ସାବଧାନତା ଅବଲମ୍ବନ କରିବାକୁ ପଡିବ ।
କାଶୀ ଜ୍ୟୋତିଶାଚାର୍ଯ୍ୟଙ୍କ ଅନୁଯାୟୀ, ଏପ୍ରିଏ ୩୦ ଅଧରାତ୍ରୀ ୧୨ଟା ୧୫ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ସକାଳ ୪ ଟା ୭ ମିନିଟ୍ ଯାଏଁ ରହିବ । ଆମେରିକାର ଦକ୍ଷୀଣ-ପଶ୍ଚିମ ଭାଗ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ଓ ଆଣ୍ଟାକର୍ଟିକାରେ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ କି କୌଣସି ରୀତିନୀତିରେ ପ୍ରଭାବ ପକାଇବ ନାହିଁ ।