ଜୋଧପୁର ( ଏଟିଆର ବ୍ୟୁରୋ): ପାକିସ୍ତାନରୁ ଭାରତକୁ ପୋଲିଓ ଭାଇରସ ନ ଆସିବା ପାଇଁ ଭାରତ ନେଇଛି ଏକ ନୂତନ ପଦକ୍ଷେପ । ପାକିସତାନ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କୁ ପୋଲିଓ ବୁନ୍ଦା ପିଆଯାଇଛି । ପାକିସ୍ତାନ ଯିବାକୁ ଥିବା ଥାର ଏକ୍ସପ୍ରେସର ଯାତ୍ରୀ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି । ଗତ ଶୁକ୍ରବାର ଯୋଧପୁରରୁ ପାକିସ୍ତାନ ଯାଇଥିବା ଥାର ଏକ୍ସପ୍ରେସରେ ୩୭୭ ଜଣ ଯାତ୍ରୀ ଯାତ୍ରା କରିଛନ୍ତି । ଯେଉଁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି । ତେବେ ଏହି ଏକ୍ସପ୍ରେସରେ ଯାତ୍ରା କରିଥିବା ଯାତ୍ରୀଙ୍କ ମଧ୍ୟରେ ୧୦୫ ଜଣ ଭାରତ୍ରୀ ଏବଂ ୨୭୨ ଜଣ ପାକିସ୍ତାନ ଲୋକ ସାମିଲ ଥିଲେ ।
ସେମାନଙ୍କ ମଧ୍ୟରୁ ଯେଉଁ ମାନଙ୍କୁ ପୋଲିଓ ବୁନ୍ଦା ଦିଆ ଯାଇଛି ସେମାନଙ୍କୁ ପିଆ ଯାଇଥିବା କାର୍ଡ ମଧ୍ୟ ଦିଆଯାଇଛି । ଚିକିତ୍ସା ବିଭାଗ ସିଏମଏଚଓ ଡା. ଇଲବନ୍ତ ମଣ୍ଡା ସୂଚନା ଦେଇଛନ୍ତି ଦୁନିଆରେ ତିନୋଟି ଦେଶ ଯଥା ପାକିସ୍ତାନ, ଆଫଗାନିସ୍ତାନ ଏବଂ ନାଇଜେରିଆରେ ପୋଲିଓ ଭାଇରସ ସକ୍ରିୟ ରହିଛନ୍ତି । ଯେଉଁ କାରଣରୁ ଏକ୍ସପ୍ରେସରେ ଯିବାକୁ ଥିବା ଛୋଟ ପିଲା ଏବଂ ବଡ ଲୋକ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି ।
ସୂଚନାଯୋଗ୍ୟ ଥାର ଏକସପ୍ରେସରେ ସାଢେ ପାଞ୍ଚ ବର୍ଷ ମଧ୍ୟରେ ୩୯୬୫୩ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆ ସରିଛି ।ସେହିଭଳି ଜୁନ ମାନରେ ୭୨୮ ବ୍ୟକ୍ତିଙ୍କୁ ପୋଲିଓ ଦିଆ ଯାଇଛି । ପାକିସ୍ତାନରେ ଥିବା ପୋଲିଓ ଭାଇରସ ଭାରତକୁ ନ ବ୍ୟାପିବା ପାଇଁ ଏହି ନିଷ୍ପତ୍ତି ନିଆ ଯାଇଛି ।