ଆମେରିକା (ଏଟିଆର ବ୍ୟୁରୋ): ଫ୍ଲୋରେନ୍ସ ନାମକ ଭୟଙ୍କର ଝଡ ଶୁକ୍ରବାର ଆମେରିକାର ଉତ୍ତର କ୍ୟାରୋଲାଇନା ରାଜ୍ୟରେ ଆରମ୍ଭ ହୋଇଥିଲା । ଆଣ୍ଟଲାଟିକ୍ ମହାସାଗର ଉପରେ ଫ୍ଲୋରେନ୍ସର ତାଣ୍ଡବ ଦେଖିବାକୁ ମିଳିଛି । ଏହି ଝଡ ଆମେରିକାର ପୂର୍ବାଞ୍ଚଳରେ ଥିବା କିଛି ରାଜ୍ୟର ମେରୁଦଣ୍ଡ ବଙ୍କା କରିଦେଇଛି । ଏପର୍ଯ୍ୟନ୍ତ ୧୧ ଜଣ ଏଥିରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।
ଫ୍ଲୋରେନ୍ସ ଯୋଗୁଁ ୧୭ ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ଘର ଛାଡି ଯିବା ପାଇଁ ଚେତାବନୀ ଦିଆଯାଇଛି । କାରଣ ଏହି ଝଡ ଉତ୍ତର କ୍ୟାରୋଲାନା ଠାରୁ ଆରମ୍ଭ କରି ଦକ୍ଷିଣ କ୍ୟାରୋଲାଇନା ଏବଂ ବର୍ଜିନିୟା ପର୍ଯ୍ୟନ୍ତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ପ୍ରଭାବିତ ଅଞ୍ଚଳର ଅନେକ ଲୋକ ତାଙ୍କ ଘରର କବାଟ ଏବଂ ଝରକାରେ ଏକ ବୋର୍ଡ ଟାଙ୍ଗି ପଳାଇଛନ୍ତି । ଯେଉଁଥିରେ ଲେଖା ହୋଇଛି କି ‘ଫ୍ଲୋରେନ୍ସ ଝଡ ଦୂରେଇ ଯାଅ’ । ଏହାସହିତ କିଛି ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଛି । ଜଳବନ୍ଦୀରେ ରହିଛନ୍ତି ଲୋକ । ଉଦ୍ଧାରକାରୀ ଟିମ୍ ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡିଛନ୍ତି ।