ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ନିଜ ବାଲୁକା କଳା ମାଧ୍ୟମରେ ଦେଶ ବିଦେଶରେ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ନିଜ ନା’ରେ ଅନେକ ରେକର୍ଡ ମଧ୍ୟ କରିସାରଛନ୍ତି । ଏବେ ପୁଣି ଇଟାଲିର ରୋମରେ ଆୟୋଜିତ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଉତ୍ସବରେ ଯୋଗ ଦେଇ ‘ଇଟାଲିୟନ ଗୋଲଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ ୨୦୧୯’ ଜିତି ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ପ୍ରଥମ ବାଲୁକା ଶିଳ୍ପୀ ଭାବେ ସେ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ଶେଷ ହେଉଥିବା ବେଳେ ସେ ଠାରେ ୧୦ଫୁଟ ଉଚ୍ଚତାର ଏକ ଗାନ୍ଧୀଜୀଙ୍କର ବାଲୁକା କଳା ତିଆରି କରି ୮ଟି ଦେଶର ବାଲୁକା ଶିଳ୍ପୀଙ୍କୁ ପଛରେ ପକାଇ ଏହି ସମ୍ମାନକୁ ନିଜ ନା’ରେ ହାତେଇଛନ୍ତି ।