ଆମେରିକା (ଏଟିଆର ବ୍ୟୁରୋ); ପୁଣି ବିଦେଶ ଓଡିଶାର ଗର୍ବ ଏବଂ ଗୌରବ ବଢ଼ିଛି । ସବୁକିଛି ନୂଆ କାମ କରି ସବୁବେଳେ ବିଶ୍ୱରେ ଓଡିଆମାନେ ନୂଆ ପରିଚୟ ସୃଷ୍ଟି କରିଥାନ୍ତି । ଓଡିଆ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ ଓଡିଶାର ଟେକ ରଖିଛନ୍ତି । ଆମେରିକାର ବେଷ୍ଟୋନରେ ଚାଲିଥିବା ବାଲୁକା କଳା ପ୍ରଦର୍ଶନରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ ଆୱାର୍ଡ । ଯାହାକି ସାରା ବିଶ୍ୱରେ ଭାରତର ଟେକ ରହିଛି ।
ଆମେରିକାରେ ଚାଲିଥିବା ଏହି ବାଲୁକା କଳା ପ୍ରଦର୍ଶନରେ ବିଶ୍ୱର ୧୫ଟି ଦେଶ ଭାଗ ନେଇଥିଲେ । ତେବେ ସୁଦର୍ଶନଙ୍କ ବାଲୁକା କଳା ସମସ୍ତଙ୍କ ମନ ଜିଣିଥିଲା । ଏବଂ ସମସ୍ତଙ୍କୁ ପଛରେ ପକାଇ ସେ ହାସଲ କରିଥିଲେ ଟାଇଟଲ । ଚାମ୍ପିଅନସିପରେ ବେଲଜିୟମ୍କୁ ସ୍କଲପଟର ଚଏସ ଏବଂ କାନାଡାକୁ ଜୁରି ଚଏସ୍ ସମ୍ମାନ ମିଳିଛି । ଏହି ଚାମ୍ପିଅନସିପରେ ସୁଦର୍ଶନ ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ବାଲୁକା କଳା ନିର୍ମାଣ କରି ସେଭ୍ ଓସନର ବାର୍ତ୍ତା ଦେଇଥିଲୋ ଯାହା ପିପୁଲସ ଚଏସ ଆୱାର୍ଡ ହାସଲ କରିଥିଲା । ତେବେ ସେହି ବାଲୁକା କଳା ତିଆରି କରିବା ପାଇଁ ସୁଦର୍ଶନଙ୍କୁ ୩ ଦିନ ସମୟ ଲାଗିଥିଲା ।
ପୂର୍ବରୁ ସୁଦର୍ଶନଙ୍କ ବାଲୁକା କଳା ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ବହୁତ କ୍ଷାତି ଅର୍ଜନ କରିଛି । ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟ ସେ ନିଜର କଳା ପ୍ରଦର୍ଶନ କରିଥାନ୍ତି । ସାରା ବିଶ୍ୱରେ ସେ ଜଣେ ଦକ୍ଷ ବାଲୁକା ଶିଳ୍ପୀ ଭାବରେ ପରିଚିତ । ସେ ପୂର୍ବରୁ ମଧ୍ୟ ବହୁ ପୁରଷ୍କାର ପାଇଛନ୍ତି । ଦେଶ ଏବଂ ରାଜ୍ୟ ପାଇଁ ବିଭିନ୍ନ ପ୍ରତିଯୋଗିତାରେ ସେ ନେତୃତ୍ୱ ମଧ୍ୟ ନେଇଛନ୍ତି । ତାଙ୍କର ଅଦମ୍ୟ କାର୍ଯ୍ୟ ପାଇଁ ଆଜି ସାରା ବିଶ୍ୱ ତାଙ୍କୁ ଚିହ୍ନି ପାରିଛି ।