ପାକିସ୍ତାନ (ଏଟିଆର ବ୍ୟୁରୋ ) ; ଆଉ ନାହାନ୍ତି ତାଲିବାନର ଗଡଫାଦର । ଘରେ ପଶି ହତ୍ୟା କଲେ ଦୁବୃତ୍ତ । ଆତଙ୍କବାଦୀ ସଂଗଠନ ତାଲିବାନର ମୁଖ୍ୟ ତଥା ଅନ୍ୟତମ ପ୍ରତିଷ୍ଠାତା ସାମି ଉଲ ହକଙ୍କୁ ହତ୍ୟା କରାଯାଇଛି । ସେ ପାକିସ୍ତାନ ମୌଲବୀ ମୌଲାନା ଭାବେ ଜଣାଶୁଣାଥିଲେ । ତାଙ୍କ ନିର୍ଦ୍ଧେଶରେ ପାକିସ୍ତାନ ଓ ଅଫଗାନିସ୍ତାନରେ କାର୍ଯ୍ୟରତ ଆତଙ୍କବାଦୀମାନେ କାର୍ଯ୍ୟ କରୁଥିଲେ ।
ସାମି ଉଲ ହକ ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ହୋଇଥିବାରୁ ତାଙ୍କ କଥାକୁ ସାରା ବିଶ୍ୱରେ ଥିବା ଆତଙ୍କବାଦୀମାନେ ମାନୁଥିଲେ । ତେବେ ତାଙ୍କୁ ଗୁଳିମାଡ କରି ହତ୍ୟା କରାଯାଇଥିବା ସୂଚନାମିଳିଛି । ସେ ପାକିସ୍ତାନର ରାଓଲପିଣ୍ଡି ସ୍ଥିତ ନିଜ ଘରେ ଥିବା ବେଳେ କିଛି ବନ୍ଧୁକଧାରୀ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ସେପଟେ ଅନ୍ୟ କିଛି ଗଣମାଧ୍ୟମ ତଥା ରିପୋର୍ଟରୁ ଜଣାପଡିଛି ଯେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ତେବେ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ସଠିକ ସୂଚନା ମିଳିପାରିନାହିଁ ।
ଅନ୍ୟପଟେ ସାମି ଉଲ ହକଙ୍କର ପାକିସ୍ତାନର କ୍ଷମତାସୀନ ସରକାର ପିଟିଆଇ ସହିତ ଭଲ ସମ୍ପର୍କ ରହିଥିଲା । ସେ ଜୁଲାଇ ମାସରେ ହୋଇଥିବା ନିର୍ବାଚନରେ ପିଟିଆଇ ଦଳ ପକ୍ଷରୁ କାର୍ଯ୍ୟ କରୁଥିଲେ । ତାଙ୍କର ଏକ ବିଶ୍ୱବିଦ୍ୟାଳୟ ଅଛି ଯେଉଁଟିକୁ ସେ ତାଲିବାନର ଲଞ୍ଚପ୍ୟାଡ ଭାବେ କାର୍ଯ୍ୟ ତୁଲାଉଥିଲେ । ଖାଲି ସେତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟରେ ବହୁ ଲୋକଙ୍କୁ ତାଲିମ ଦେଇ ଇସଲାମିକ ଆତଙ୍କବାଦୀ ବନାଉଥିଲେ । ଏବେ ତାଲିବାନର ଗଡଫାଦରଙ୍କ ମୃତ୍ୟୁରେ ସମ୍ପୁର୍ଣ୍ଣ ତାଲିବାନ ସଂଗଠନରେ ଚାଞ୍ଚଲ୍ୟ ଖେଳିଯାଇଛି ।