ୱାଶିଂଟନ (ଏଟିଆର ବ୍ୟୁରୋ): ଆମେରିକାରେ ଭାରତର ନୂତନ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ଗ୍ରହଣ କଲେ ତରଣଜୀତ ସିଂହ ସନ୍ଧୁ । ତରଣଜୀତ ସିଂହ ସନ୍ଧୁ ଆମେରିକାର ୱାଶିଂଟନ ଡିସିରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନରେ ତରଣଜୀତ ସିଂହ ସନ୍ଧୁ ଦାୟିତ୍ୱ ଭାର ଗହଣ କରିଛନ୍ତି । ହର୍ଷବର୍ଦ୍ଧନ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ ଥିବା ବେଳେ ତାଙ୍କ ନାଁରେ ଅର୍ଥ ସମ୍ପର୍କୀତ ଅଭିଯୋଗ ଆସିବାରୁ ତାଙ୍କୁ କେନ୍ଦ୍ର ସରକାର ସ୍ୱଦେଶକୁ ଫେରାଇ ଆଣିଥିଲେ । ତେବେ ହର୍ଷବର୍ଦ୍ଧନ ଭାରତ ଫେରି ଆସିବା ପରେ ଗତ ଜାନୁଆରୀ ୨୯ ତାରିଖରେ ଦେଶର ୩୩ତମ ବିଦେଶ ସଚିବ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ।
United States: India's Ambassador to the United States Taranjit Sandhu assumes his office in Washington DC. Earlier he was the High Commissioner of India to Sri Lanka. pic.twitter.com/ZPtWFuEcMQ
— ANI (@ANI) February 4, 2020
ତେବେ ହର୍ଷବର୍ଦ୍ଧନ ଭାରତ ଫେରିଆସିବା ପରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ପଦବୀ ଖାଲି ପଡିଥିଲା । ଏହାପରେ କେନ୍ଦ୍ର ସରକାର ଏହି ପଦବୀ ପୂର୍ଣ୍ଣ କରିବା ପାଇଁ ତରଣଜୀତ ସିଂଙ୍କ ନା’ରେ ମୋହର ମାରିଥିଲେ । ତେବେ ତରଣଜୀତ ଭାରତର ରାଷ୍ଟ୍ରଦୂତ ଭାବେ ଆମେରିକାରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଶ୍ରୀଲଙ୍କାରେ ଭାରତ ଉଚ୍ଚାୟୋଗ ପଦରେ ଅବସ୍ଥାପିତ ଥିଲେ । ସେ ଏହି ପଦବୀରେ ୨୦୧୭ ଜାନୁଆରୀ ୨୪ରୁ ଅଧିଷ୍ଠିତ ଥିଲେ । ତେବେ ପୂର୍ବରୁ ସେ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ୱାଶିଂଟନ ଡିସିରେ ଭାରତୀୟ ରାଷ୍ଟ୍ରଦୂତାବାସରେ ଅବସ୍ଥାପିତ ଥିଲେ ।