ନୂଆଦିଲ୍ଳୀ(ଏଟିଆର ବ୍ୟୁରୋ): ଚୁଇଙ୍ଗମକୁ ସାଧାରଣ ଭାବରେ ଲୋକେ ଖାଇ ସାରି ଫିଙ୍ଗି ଦିଅନ୍ତି । ଖାଇସାରିବା ପରେ ବି ଚୁଇଙ୍ଗମର ବ୍ୟବହାର ହୋଇପାରିବ ଏହା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିବ ।
କିନ୍ତୁ ଏହାକୁ ସତ କରି ଦେଖାଇଛନ୍ତି ଲଣ୍ଡନର ଜଣେ ୫୭ବର୍ଷିୟ ବ୍ୟକ୍ତି । ଲଣ୍ଡନର ବେନ ବିଳ୍ସନ ଦୀର୍ଘ ୧୫ବର୍ଷ ଧରି ଅଲଗା ଅଲଗା ଜାଗାକୁ ଯାଇ ଚୋବାହୋଇସାରିଥିବା ଚୁଇଙ୍ଗମକୁ ଏକାଠି କରି ତାକୁ ଭିନ୍ନ ଭିନ୍ନ ଆକୃତି ଦେଇ ଅନେକ ସୁନ୍ଦର ଡିଜାଇନ ତିଆରି କରିଛନ୍ତି ।
ଚୁଇଙ୍ଗମ ଏପରି ଏକ ପଦାର୍ଥ ଯାହା ଖାଇସାରିବା ପରେ ବହୁ ଡେରିରେ ରିସାଇକେଲ ହୁଏ । ଯାହା ଦ୍ୱାରା ପରିବେଶ ଦୂଷିତ ମଧ୍ୟ ହୋଇଥାଏ । ଏପରି ପରିସ୍ଥିତିରେ ବ୍ୟବହୃତ ଚୁଇଙ୍ଗମକୁ ବ୍ୟବହାର କରି ବେନ୍ ଯେଉଁ ଡିଜାଇନ ସବୁ ତିଆରି କରୁଛନ୍ତି ତାହା ପୁରା ବିଶ୍ୱରେ ଲୋକପ୍ରିୟ ହୋଇପାରୁଛି ।
ବେନ୍ ଙ୍କ କହିବା ଅନୁସାରେ ସେ ଦୀର୍ଘ ୧୫ବର୍ଷ ଧରି ଏପରି ଚୁଇଙ୍ଗମରେ ବିଭିନ୍ନ ଜିନିଷ ତିଆରି କରି ଆସୁଛନ୍ତି । ତାଙ୍କୁ ସବୁ ଜିନିଷ ରିସାଇକେଲ କରିବା ପାଇଁ ବହୁତ ଭଲ ଲାଗେ । ଏବଂ ସେ କରୁଥିବା ଚୁଇଙ୍ଗମ କଳାକୃତି ପାଇଁ ସେ ବାହାରୁ କିଛି ମଧ୍ୟ କିଣିନାହାନ୍ତି । କିଛି ବର୍ଜ୍ୟ ବସ୍ତୁ ସାହାର୍ଯ୍ୟରେ ଚୁଇଙ୍ଗମ ଉପରେ ବେନ୍ ଏପରି କଳାକୃତି ତିଆରି କରୁଛନ୍ତି । ବେନ୍ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଚୁଇଙ୍ଗମର ଡିଜାଇନ ତିଆରି କରିସାରିଛନ୍ତି । ବେନ୍ଙ୍କର ଏପରି ପ୍ରତିଭା ଦେଖି ଲୋକମାନେ ତାଙ୍କୁ ଚୁଇଙ୍ଗମ ମ୍ୟାନର ଆଖ୍ୟା ଦେଇଛନ୍ତି ।