ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକା ସମୟରେ ପିଲା ଜନ୍ମ କରି ଲାଳନ ପାଳନ କରିବା ବହୁତ କଷ୍ଟ ଦାୟକ । ଏହା ପିତା-ମାତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ କହିିଲେ ଭୁଲ ହେବନି । ସେଥିପାଇଁ ଅଧିକାଂଶ ପିତା-ମାତା ୧ ରୁ ୨ ଟି ପିଲା ଜନ୍ମ ଦେଇ ତାଙ୍କ ଲାଳନପାଳନରେ ଲାଗିପଡିଥାନ୍ତି । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ୨୦ ରୁ ଅଧିକ ପିଲା ଜନ୍ମ କରିବା ପାଇଁ ତେବେ ଆପଣ କଣ କରିବେ? ଆଶ୍ଚର୍ଯ୍ୟ ହୋଇଗଲେ ନା । ଆଜ୍ଞା ହଁ ଏଭଳି ଜଳେ ମହିଳା ଅଛନ୍ତି ଯିଏ ୨୧ ଟି ପିଲାର ମା ଅଟନ୍ତି । ଜର୍ଜିଆର ବାସିନ୍ଦା କ୍ରିଷ୍ଟିନା ଓଜଟର୍କ ୨୪ ବର୍ଷ ବୟସରେ ୨୧ ଟି ସନ୍ତାନର ମା ହୋଇପାରିଛନ୍ତି । ଏହି ୨୧ ଟି ସନ୍ତାନଙ୍କୁ ସମ୍ଭାଳିବା ପାଇଁ କ୍ରିଷ୍ଟିନା ୧୬ ଜଣ ଆୟା ରଖିଛନ୍ତି । ଏଥିପାଇଁ ତାଙ୍କୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।
ଜର୍ଜିଆର ଜଣେ କୋଟିପତି ବ୍ୟକ୍ତିଙ୍କ ପତ୍ନୀ ହେଉଛନ୍ତି କ୍ରିଷ୍ଟିନା । ଗତ ବର୍ଷ ମାର୍ଚ୍ଚ ମାସରୁ ଚଳିତବର୍ଷ ଜୁଲାଇ ମଧ୍ୟରେ ସରୋଗେଟସ ମାଧ୍ୟମରେ ମାତା ପିତା ହେବାରେ ୧,୪୨,୦୦୦ ପାଉଣ୍ଡ ଅର୍ଥାତ ୧ କୋଟି ୪୬ ଲକ୍ଷ ୭୮ ହଜାର ୧୫୬ ଟଙ୍କା ଖର୍ଚ୍ଚ କରିସାରିଛନ୍ତି କ୍ରିଷ୍ଟିନା ଓଜଟର୍କ ।
୧୬ ଜଣ ଆୟାଙ୍କ ଲାଗି ପ୍ରତିବର୍ଷ ୯୬ ହଜାର ଡଲାର ଅର୍ଥାତ ୭୨,୦୮,୨୬୫ ଟଙ୍କା ଖର୍ଚ୍ଚ କରନ୍ତି । ଏହି ଆୟାମାନେ ପିଲାମାନଙ୍କ ଯତ୍ନ ନେବା ପାଇଁ ଦିନକୁ ୨୪ ଘଣ୍ଟା କାମ କରନ୍ତି ।
ସେହିପରି କ୍ରିଷ୍ଟିନାଙ୍କ ସ୍ୱାମୀଙ୍କର ପ୍ରଥମ ପତ୍ନୀଙ୍କର ୨ ଟି ସନ୍ତାନ ରହିଛନ୍ତି । ଏହାକୁ ମିଶାଇ ଗୋଟେ ପରିବାରରେ ୨୩ ଟି ସନ୍ତାନ ଏକାଠି ରହୁଛନ୍ତି ।