ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ବଡ ଟ୍ରାଭେଲ କମ୍ପାନୀ ଥୋମାସ କୁକ୍ ରେ ପଡିଲା ତାଲା । ୧୭୮ ବର୍ଷର ପୁରୁଣା ବ୍ରିଟିଶ ଟୁର ଅପରେଟର ଦୀର୍ଘ ଦିନ ହେବ ଆର୍ଥିକ ମାନ୍ଦାବସ୍ଥାରେ ଚାଲିଥିଲା । ଏବେ କମ୍ପାନୀକୁ ବନ୍ଦ କରିବା ବ୍ୟତିତ ଅନ୍ୟ କୌଣସି ବାଟ ନାହିଁ ବୋଲି କମ୍ପାନୀ ପକ୍ଷରୁ ଜଣା ପଡିଛି ।
ସେପଟେ କମ୍ପାନୀ ବନ୍ଦ ହେବା ଦ୍ୱାରା ୨୨ ହଜାର ଲୋକଙ୍କ ଚାକିରୀ ସଙ୍କଟ ଘେରକୁ ଆସିଛି ।, ଯେଉଁଥିରେ ୯ ହଜାର କର୍ମଚାରୀ କେବଳ ୟୁକେ ର ରହିଛନ୍ତି । କମ୍ପାନୀ ବନ୍ଦ ହେଲେ ନା କେବଳ କର୍ମଚାରୀ ହଇରାଣ ହେବେ ତାହା ନୁହେଁ ବରଂ ଏଥିରେ ଗ୍ରାହକ , ସପ୍ଲାୟର ଏବଂ କାମ୍ପାନୀର ପାର୍ଟନର ବି ପ୍ରଭାବିତ ହେବେ । ସେଥିପାଇଁ ଗ୍ରାହକ , ସପ୍ଲାୟର ଏବଂ କାମ୍ପାନୀର ପାର୍ଟନର ଙ୍କୁ ଥୋମାସ କୁକ୍ ର ମୁଖ୍ୟ ଏକଜିକ୍ୟୁଟିଭ ପିଟର କ୍ଷମା ମାଗିଛନ୍ତି ।
ଏନେଇ ୟୁକେ ନାଗରିକ କହିଛନ୍ତି କି ସେପ୍ଟମ୍ବର ୨୩ ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ରେଗୁଲେଟର ଏବଂ ସରକାର ଦେଢ ଲକ୍ଷରୁ ଅଧିକ ବ୍ରିଟିସ୍ ଗ୍ରାହକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ମିଶିକି କାମ କରିବେ । ସେପଟେ ସମସ୍ତ ବୁକିଂ କୁ ରଦ୍ଦ କରିଦିଆ ଯାଇଛି ।