ଟୋକିଓ ( ଏଟିଆର ବ୍ୟୁରୋ) ; ଜାପାନର ଏକ ଚିଡିଆ ଖାନାରେ କିଛି ବିରଳ ଧଳାବାଘ ସେମାନଙ୍କ ମାହୁନ୍ତକୁ କାମୁଡି ମାରି ଦେଇଥିବା ଜଣାପଡିଛି ।ମାହୁନ୍ତଙ୍କ ବୟସ ୪୦ ବୋଲି ଜଣାପଡିଛି ।
ଚିଡିଆଖାନା ଅଧିକାରୀଙ୍କ କହିବା ଅନୁସାରେ ମୃତ ମାହୁନ୍ତ ଜଣଙ୍କ ସୋମବାର ଦିନ ବାଘ ମାନଙ୍କୁୁ ଖାଇବା ଦେବା ପାଇଁ ଜନ୍ତା ଭିତରକୁ ଯାଇଥିବା ବେଳେ ବାଘମାନେ ତାଙ୍କ ବେକ ଏବଂ ଅନ୍ୟାନ୍ୟ ଅଙ୍ଗକୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଜାପାନର କାଗୋସିମା ସହରରେ ଥିବା ହିରାକାୱା ଚିଡିଆଖାନାରେ ଏହି ଅଘଟଣଟି ଘଟିଛି । ବାଘଙ୍କୁ ନିଶା ଇଞ୍ଜକ୍ସନ ଦେଇ ଜନ୍ତା ଭିତରୁ ମୃତ ମାହୁନ୍ତଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରୀ ରଖିଛି । ୨୦୧୭ ମସିହାରେ ବ୍ରିଟେନ୍ରେ ଥିବା କେମ୍ବ୍ରିଜସାୟାର ଚିଡିଆଖାନାରେ ସମାନ ଭାବେ ଜଣେ ମାହୁନ୍ତକୁ ବାଘମାନେ କାମୁଡି ମାରି ଦେଇଥିଲେ ।