ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୧ବି ଭିଜା ସମେତ ରୋଜଗାରର ଅନ୍ୟ ଭିଜାକୁ ନିଲମ୍ବିତ କରିବା ଉପରେ ବିଚାର କରୁଛନ୍ତି । ଏହାର ପ୍ରମୁଖ କାରଣ ହେଉଛି ଆମେରିକାରେ ଏବେ ବେରୋଜଗାରୀଙ୍କ ସଂଖ୍ୟା ବଢିଯାଇଛି । ଏଚ୧ବି ଭିଜା ନିଲମ୍ବିତ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଦେଶ ମଧ୍ୟରେ ଭାରତ ପ୍ରମୁଖ । କାରଣ ଭାରତୀୟ ସୂଚନା ପ୍ରଦ୍ୟୋଗିକି ଏହି ଭିଜାକୁ ସବୁଠାରୁ ଅଧିକ ଦାବି କରୁଥିବା ମଧ୍ୟରେ ଅନ୍ୟତମ ।
ଏକ ରିପୋର୍ଟ ମୁତାବକ, ଆଗାମୀ ଆର୍ଥିକ ବର୍ଷରେ ଆମେରିକି ସରକାର ଏହି ପ୍ରସ୍ତାବିତ ନିଲମ୍ବନକୁ ମଞ୍ଜୁରୀ ଦେଇପାରେ । ଆମେରିକି ଆର୍ଥିକ ବର୍ଷ ୧ ଅକ୍ଟୋବରରୁ ଆରମ୍ଭ ହୋଇଥାଏ ଏବଂ ସେହି ସମୟରେ ଅନେକ ନୂତନ ଭିଜା ଜାରି କରାଯାଇଥାଏ ।
ଏହି ବ୍ୟବସ୍ଥା ଦେଶ ବାହାରେ ଯେକୌଣସି ନୂତନ ଏଚ୧ବି ଭିଜାଧାରକଙ୍କ କାମ କରିବା ଉପରେ ସେପର୍ଯ୍ୟନ୍ତ ପ୍ରତିବନ୍ଧ ଲଗା ଯାଇପାରେ ଯେପର୍ଯ୍ୟନ୍ତ ନିଲମ୍ବନ ସମାପ୍ତ ନହେଉଛି । ହୁଏତ ଯାହାଙ୍କ ପାଖରେ ଦେଶ ଭିତରେ ପ୍ରଥମରୁ ଭିଜା ରହିଛି ଏଥିରେ ସେମାନେ ପ୍ରଭାବିତ ହେବାର ସମ୍ଭାବନା ନାହିଁ ।
ଏଚ୧ବି ଭିଜା ହେଉଛି ଅଣ ଆପ୍ରବାସନ ଭିଜା । ଏହା ଆମେରିକା କମ୍ପାନୀଙ୍କୁ ବିଦେଶ କର୍ମଚାରୀଙ୍କୁ ନିଯୁକ୍ତି କରିବାର ସୁବିଧା ଦେଇଥାଏ । ବିଶେଷକରି ପ୍ରଦ୍ୟୋଗିକି ବିଶେଷଜ୍ଞତା ବିଶିଷ୍ଟ କାମରେ । ଆମେରିକାର ପ୍ରଦ୍ୟୋଗିକ କମ୍ପାନୀ ହଜାର କର୍ମଚାରୀଙ୍କୁ ଚାକିରୀରେ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଭାରତ ଏବଂ ଚୀନ ଉପରେ ନିର୍ଭର ହୋଇଥାନ୍ତି ।