ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କାୟା ମେଲାଇଛି କରୋନ । ଏହି ମହାମାରୀ ସହ ଲଢିବା ପାଇଁ ଆଉ ଏକ ପଦକ୍ଷେପ ନେଇଛି ଆମେରିକା । ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ପକ୍ଷରୁ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଫାଇଜରର କରୋନା ଟୀକା ଦିଆଯିବା ପାଇଁ ମଞ୍ୁୁରି ଦିଆଯାଇଛି ।
୧୨ ରୁ ୧୫ ବର୍ଷ ବୟସର ପିଲାଙ୍କଠାରେ ଫାଇଜର ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଏଫଡିଏର କାର୍ଯ୍ୟନିର୍ବାହୀ କମିଶନର ଜେନେଟ ବୁଡକକ କହିଛନ୍ତି କି, କରୋନା ଟୀକା ବ୍ୟବହାରକୁ ନେଇ ନିଆଯାଇଥିବା ଏହି ନିଷ୍ପତି ଆମକୁ ସ୍ୱଭାବିକ ଅବସ୍ଥାକୁ ଆଣିବ । ଅଭିଭାବକମାନେ ନିଶ୍ଚିତ ହୋଇପାରିବେ ଯେ ଏଜେନ୍ସି ସମସ୍ତ ଉପଲବ୍ଧ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛି ।
ଏହାପୂର୍ବରୁ ୧୬ ବୟସରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଫାଇଜର ଟୀକା ଦିଆଯିବା ପାଇଁ ଅନୁମତି ଦେଇଥିଲଶ ଏଫଡିଏ । ଏବେ ପୁଣି ୧୨ ରୁ ୧୫ ବର୍ଷର ପିଲାଙ୍କଠାରେ ଫାଇଜର ଟୀକା ବ୍ୟବହାର ପାଇଁ ଅନୁମତି ଦେଇଛି ।