ନୂଆଦିଲ୍ଲୀ (ଏଟିଆର): ବିଶ୍ୱରେ ଜାରି ରହିଛି କରୋନା ପ୍ରକୋପ । ଆମେରିକାରେ ଅଧିକ ମାତ୍ରାରେ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆମେରିକାରୁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ କୋଭିଡ୧୯ ଟିକାକୁ ନେଇ ଏକ ଯୋଜନାର ଖୁଲାସା କରାଯାଇଛି । ଯୋଜନା ଅନୁସାରେ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟୀକା ମିଳିବ ।
ସବୁଠାରୁ ବଡ କଥା ହେଉଛି ଜାନୁଆରୀ ମାସରେ ଟୀକା ବିତରଣର ଶୁଭାରମ୍ଭ ପାଇଁ ଯୋଜନାରେ କୁହାଯାଇଛି । ଏନେଇ ଆମେରିକାର ସ୍ୱାସ୍ଥ୍ୟ, ମାନବ ସେବା ବିଭାଗ ଏବଂ ରକ୍ଷା ବିଭାଗ ସଂଯୁକ୍ତ ରୂପେ ଯୋଜନା ସହ ଜଡିତ ୨ଟି ଦସ୍ତାବିଜ ଜାରି କରିଛନ୍ତି ।
ଏଚଏଚଏସ ସଚିବ ଅଜାର କହିଛନ୍ତି କି , ଆମେ ଅନ୍ୟ ରାଜ୍ୟ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ସହ କାମ କରୁଛୁ । ଯାହାଫଳରେ ଆମେରିକାରେ ପ୍ରତେକ ବ୍ୟକ୍ତିଙ୍କୁ କରୋନା ଟୀକା ମିଳିପାରିବ ।