ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଂଶଭବର ଆମେରୀକି ମାଲା ଅଡିଗା ଙ୍କୁ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ନିଜର ପଲିସି ଡାଇରେକ୍ଟର ଭାବେ ନିଯୁକ୍ତି କରିଛନ୍ତି । ମାଲା ପ୍ରଥମ ମହିଳା ଯିଏ ବାଇଡେନ ଏବଂ ଜିଲ ବାଇଡେନଙ୍କ ପାଇଁ ସେବା କରିବେ । ମାଲା ଏହାପୂର୍ବରୁ ଜିଲ, ବାଇଡେନ, କମଲା ହାରିସଙ୍କ କମ୍ପାନୀ ପାଇଁ ସିନିୟର ପଲିସି ଆଡଭାଇଜର ଭାବେ କାମ କରିସାରିଛନ୍ତି । ସେହିପରି ବାଇଡେନ ଫାଉଣ୍ଡେସନରେ ହାୟର ଏଜୁକେସନ ଏବଂ ମିଲିଟ୍ରୀ ଫ୍ୟାମିଲିଜର ଡାଇରେକ୍ଟର ରହି ସାରିଛନ୍ତି ।
ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ପ୍ରଶାସନରେ ବି କାମ କରି ସାରିଛନ୍ତି ମାଲା ଅଡିଗା । ସେହି ସମୟରେ ସେ ଶିକ୍ଷା ଏବଂ ସଂସ୍କୃତି ବିଭାଗ ବ୍ୟୁରୋରେ ଏକାଡେମିକ ପ୍ରୋଗ୍ରାମ୍ସର ଡେପୁଟି ଆସିଷ୍ଟାଣ୍ଟ ସେକ୍ରେଟେରୀ ଥିଲେ । ଏହାବ୍ୟତିତ ତାଙ୍କ ନିକଟରେ ଗ୍ଲୋବାଲ ୱିମେନ ଇଶୁଜ ଅଫିସ ର ଦାୟିତ୍ୱ ବି ରହିଥିଲା । ଏହାସହିତ ସେ ରାଷ୍ଟ୍ରୀୟ ସୁରକ୍ଷା ଷ୍ଟାଫକୁ ମାନବାଧିକାର ସହ ଯୋଡିବା ମାମଲାରେ ବି ଡାଇରେକ୍ଟର ଥିଲେ ।