ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ-ଚୀନ ମଧ୍ୟରେ ଲାଗିଥିବା ସୀମା ବିବାଦ ମଧ୍ୟରେ ଆମେରିକାର ରକ୍ଷା ସଚିବ ମାର୍କ ଏସ୍ପର ଏକ ଘୋଷଣା କରିଛନ୍ତି । ସେ କହିଛନ୍ତି କି ସେ ଏବଂ ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଆଗାମୀ ସପ୍ତାହରେ ଭାରତ ଗସ୍ତ କରିବେ । ଏହି ଅବସରରେ ଚୀନ ର ରଣନୀତିକ ଚ୍ୟାଲେଞ୍ଜ ସାମ୍ନା କରିବା ପାଇଁ ଦୁଇ ଦେଶର ଗଠବନ୍ଧନ ମଜବୁତ କରିବା ଉପରେ ଚର୍ଚ୍ଚା ହେଉଛି ।
ଆଟଲାଣ୍ଟିକ କାଉଁସିଲକୁ ସମ୍ବୋଧିତ କରି ଏସ୍ପର କହିଛନ୍ତି କି, ଭାରତ, ଇଣ୍ଡୋ-ପ୍ୟାସିଫିକ ରିଜନରେ ଆମ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ପାର୍ଟନର ହେବ । ସେ ଆହୁରୀ ମଧ୍ୟ କହିଛନ୍ତି କି ଦୁନିଆର ସବୁଠାରୁ ବଡ ଲୋକତାନ୍ତ୍ରିକ ଦେଶ ହେଉଛି ଭାରତ । ଏଠାରେ ବହୁତ ଟ୍ୟାଲେଣ୍ଟେଡ ଲୋକ ଅଛନ୍ତି ଏବଂ ପ୍ରତ୍ୟେକ ଦିନ ହିମାଳୟ ଉପରେ ଚୀନର ଆକ୍ରମଣକୁ ସାମ୍ନା କରୁଛନ୍ତି ।
ଆମେରିକା ମନ୍ତ୍ରୀଙ୍କ ଭାରତ ଗସ୍ତ ସେହି ସମୟରେ ହେଉଛି ଯେତେବେଳେ ହିମାଳୟ ବର୍ଡର ରିଜନ ରେ ହଡକମ୍ପ ପରେ ଭାରତୀୟ ଏବଂ ଚୀନ ସେନା ମଧ୍ୟରେ ବିବାଦ ଉପୁଜିଛି ।