ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ): ଆମେରିକାରେ ନୂତନ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ତରଣଜିତ ସିଂ । ଗତବର୍ଷ ଡିସେମ୍ବର ମାସରେ ନୂଆଦିଲ୍ଲୀକୁ ଫେରି ଆସିଥିବା ହର୍ଷବର୍ଦ୍ଧନ ଶୃଙ୍ଗଳାଙ୍କ ସ୍ଥାନ ନେବେ ତରଣଜିତ ସିଂ । ଆମେରିକାରୁ ଫେରି ଆସିଥିବା ହର୍ଷବଦ୍ଧନ ଶୃଙ୍ଗଳାକୁ ନୂଆ ବିଦେଶ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ତରଣଜିତ ସିଂ ବର୍ତ୍ତମାନ ଶ୍ରୀଲଙ୍କାରେ ଭାରତର ରାଷ୍ଟ୍ର ଦୂତ ଭାବେ କାର୍ଯ୍ୟ କରୁଥିଲେ ।
High Commissioner of India to Sri Lanka, Taranjit Singh Sandhu (in pic) will take charge as India's Ambassador to the US. He will succeed Harsh Vardhan Shringla, who will take charge as the Foreign Secretary. pic.twitter.com/Wk89CMh7Zt
— ANI (@ANI) January 15, 2020
ସେ ଶ୍ରୀଲଙ୍କାରେ ନିଯୁକ୍ତ ହେବା ପୂର୍ବରୁ ୱାସିଂଟନରେ ଭାରତୀୟ ଦୂତାବାସରେ ଉପ- ମୁଖ୍ୟ ଭାବେ କାମ କରୁଥିଲେ । ତରଣଜିତ ବିଦେଶ ମନ୍ତ୍ରାଳୟରେ ମାର୍ଚ୍ଚ ୨୦୦୯ ମସିହାରୁ ଅଗଷ୍ଟ ୨୦୧୧ ମସିହା ପର୍ୟ୍ୟନ୍ତ ଜାତିସଂଘର ଯୁଗ୍ମ-ସଚିବ ଭାବେ କାର୍ଯ୍ୟ କରିଥିଲେ । ଫ୍ରାଙ୍କଫର୍ଟରେ ମହାବାଣିଜ୍ୟଦୂତରେ ସେପ୍ଟେମ୍ବର ୨୦୧୧ମସିହାରୁ ଜୁଲାଇ ୨୦୧୩ ମସିହା ଯାଏଁ କାର୍ଯ୍ୟ କରିଥିଲେ । ଅନ୍ୟପଟେ ସେ ମାନବ ସମ୍ବଳ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଏହାଛଡା ଭାରତ ପକ୍ଷରୁ ଜୁଲାଇ ୨୦୦୫ରୁ ଫେବୃଆରୀ ୨୦୦୯ ମସିହା ପର୍ଯ୍ୟନ୍ତ ଜାତିସଂଘରେ ପ୍ରତିନିଧିତ୍ୱ କରୁଥିଲେ ।