ନୂଆଦିଳ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ଇରାନ ମୁଖ୍ୟ ସୁଲେମାନଙ୍କ ସମେତ ଆଉ ଜଣେ କମାଣ୍ଡରଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ମାତ୍ର ଏଥିରେ ସଫଳ ହୋଇ ପାରିନାହିଁ ଯୁକ୍ତରାଷ୍ଟ୍ର ଆମେରିକା । ଏନେଇ ଯୁକ୍ତରାଷ୍ଟ୍ର ଆମେରିକା ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଇରାନର ଇସଲାମିକ ରିପବ୍ଲିକ କାନ ଗାର୍ଡ କପର୍ସର ଶୀର୍ଷସ୍ତରୀୟ କମାଣ୍ଡର ଅବଦୁଲ ରେଜା ଶାହଲୈଇଙ୍କୁ ଆମେରିକା ମାରିବା ପାଇଁ ଟାର୍ଗେଟ କରିଥିଲା ।
ଇରାକ ଜେନେରାଲ କାଶିମ ସୁଲେମାନି ଏବଂ ଇରାକର କମାଣ୍ଡର ଅବୁ ମହଦି ଅଲ ମୁହାନ୍ଦିସ ଟାର୍ଗେଟରେ ରହିଥିଲେ । ଏମାନଙ୍କ ସହିତ ଶୀର୍ଷସ୍ତରୀୟ କମାଣ୍ଡର ଅବଦୁଲ ରେଜା ଶାହଲୈଇ ଆମେରିକା ଟାର୍ଗେଟରେ ଥିଲା । ଅବଦୁଲକୁ ମାରିବା ପାଇଁ ସେହି ସମୟରେ ଆମେରକା ସେନା ଟାର୍ଗେଟ ଲଗାଇଥିଲେ ମାତ୍ର ଏଥିରେ ସଫଳ ହୋଇ ପାରି ନଥିଲା ଆମେରିକା । ଅବଦୁଲ ବିଭିନ୍ନ ରାଷ୍ଟ୍ରର ନାଗରିକଙ୍କୁ ଟାର୍ଗେଟ କରିଥିବା ଆମେରିକା କହିଛି । ତେଣୁ ଆମେରିକା ତାକୁ ହତ୍ୟା କରିବାକୁ ଚାହିଁଛି । ଏମିତି କି ଅବଦୁଲକୁ ହତ୍ୟା କଲେ ଆମେରିକା ପକ୍ଷରୁ ୧୫ ନିୟୁତ ଆମେରିକୀୟ ଡଲାର ଘୋଷଣା କରାଯାଇଛି ।