ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମ ଥର ପାଇଁ ରାଜନୈତିକ ଭାଷଣ ଦେଇଛନ୍ତି । ଏହି ଭାଷଣରେ ସେ ଚୀନ୍ କୁ କଡା ସନ୍ଦେଶ ଦେଇ କହିଛନ୍ତି ‘ଆମେରିକା ଇଜ୍ ବ୍ୟାକ’ ।
ବାଇଡେନ୍ କହିଛନ୍ତି କି, ଚୀନ୍ ଦ୍ୱାରା କରାଯାଉଥିବା ଚ୍ୟାଲେଞ୍ଜକୁ ଆମେରିକା ସିଧା ସଳଖ ଭାବେ ସାମ୍ନା କରିବ । କନ୍ତୁ ଏହାସହିତ ଦେଶ ହିତରେ ବେଜିଙ୍ଗ ସହିତ ମିଶି କାମ କରିବାରେ ପଛଘୁଞ୍ଚା ଦେବନି ।
ଚୀନ୍ ଦ୍ୱାରା ହେଉଥିବା ଆର୍ଥିକ ଶୋଷଣର ଆମେ ମୁକାବିଲା କରିବୁ । ମାନବାଧିକାର, ବୈଶୟିକ ଶାସନ ଉପରେ ଚୀନ୍ ର ଆକ୍ରମଣକୁ କମ କରିବା ପାଇଁ ଦଣ୍ଡାତ୍ମକ କାର୍ଯ୍ୟକାରୀ କରିବୁ ।
ଚୀନ୍ କୁ ନେଇ ତାଙ୍କ ପ୍ରଶାସନର ନୀତି କିଭଳି ରହିବ ଏହାର ସଂକେତ ଦେଇ ବାଇଡେନ୍ କହିଛନ୍ତି, ଆମେରିକାର ହିତ କଥା ଆସିଲେ, ଆମେ ବେଜିଙ୍ଗ ସହ ମିଳିତ ଭାବେ କାମ କରିବା ପାଇଁ ପ୍ରସ୍ତୁତ । ଆମେ ଆମ ସହଯୋଗୀଙ୍କ ସହ କାମ କରି ଅନ୍ତରାଷ୍ଟ୍ରୀୟ ସଂସ୍ଥାରେ ନିଜ ଭୂମିକାକୁ ନୂତନ ରୂପ ଦେଇ ଆମ ବିଶ୍ୱସନୀୟତା ଏବଂ ନୈତିକ ଅଧିକାରକୁ ପୁନଃ ପ୍ରାପ୍ତ କରି ଦେଶ ଭିତରେ ସ୍ଥିତି ଭଲ କରିବାର କାମ କରିବୁ । ଏହାସହିତ ଆମର ପ୍ରାଥମିକତା ହେଉଛ ଚୀନ୍ ର ଆର୍ଥିକ ଶୋଷଣକୁ ରୋକିବା । ଯାହାଦ୍ୱାରା ଆମେରିକି କର୍ମଚାରୀ ପ୍ରଭାବିତ ହେଉଛନ୍ତି ।