ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ସଂକ୍ରମଣର ନୂତନ କେନ୍ଦ୍ରସ୍ଥଳୀ ପାଲଟିଲା ଆମେରିକା । ଏଠାରେ କରୋନା ଭାଇରସ ସଂକ୍ରମଣରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ଏକ ଲକ୍ଷରର ଅଧିକ ପାରି ହୋଇ ସାରିଲାଣି । ଏହାସହିତ ଏହି ଭାଇରସରେ ୧୭୦୦ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ସ୍ଥିତି ଗମ୍ଭୀର ହେଉଥିବାର ଦେଖି ଜେନେରାଲ ମୋଟର୍ସକୁ ଭେଣ୍ଟିଲେଟର୍ସ ନିର୍ମାଣ କରିବାର ପରାମର୍ଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଜେନେରାଲ ମୋଟର୍ସର ମୂତାବକ, ଏପ୍ରିଲ ମାସରୁ ପ୍ରତ୍ୟେକ ମାସରେ ୧୦ ହଜାର ଭେଣ୍ଟିଲେଟର୍ସ ତିଆରି କରାଯାଇ ପାରିବ ।
ସୂଚନାଯୋଗ୍ୟ, ଆମେରିକାରେ ସବୁଠାରୁ ଅଧିକ କରୋନା ପ୍ରଭାବ ନ୍ୟୁୟର୍କ ଦେଖିବାକୁ ମିଳିଛି । ଗତକାଲି ଏଠାରେ ୭ ହଜାର ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏଠାରେ ୩୦ ହଜାର ଭେଣ୍ଟିଲେଟରର୍ସ ଆବଶ୍ୟକ ରହିଛି ବୋଲି କୁହାଯାଉଛି ।