ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆତଙ୍କି ସଂଗଠନକୁ ଫଣ୍ଡିଂ ରୋକିବାରେ ବିଫଳ ହେବା ପରେ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ(ଏଫଏଟିଏଫ) ପକ୍ଷରୁ ପାକିସ୍ତାନକୁ ବ୍ଲାକଲିଷ୍ଟ ରେ ପକାଯାଇଛି । ମନି ଲାଣ୍ଡ୍ରିଂ ଏବଂ ଆତଙ୍କବାଦ ର ଅର୍ଥ ପୋଷଣ ସମ୍ବନ୍ଧୀୟ ୪୦ ଅନୁପାଳନ ମାନକ ମଧ୍ୟରୁ ୩୨ ଟି ପାଳନ କରି ନାହିଁ ପାକିସ୍ତାନ । ବର୍ଷ ୨୦୧୮ରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଯାଇଥିଲା । ସେହି ଅନୁସାରେ ଅକ୍ଟୋବର ୨୦୧୮ ଏବଂ ଫେବୃଆରୀ ୨୦୧୯ ମଧ୍ୟରେ ହୋଇଥିବା ରିଭ୍ୟୁ ରେ ବି ପାକ୍ କୁ ଏଥିରୁ ଛୁଟକାରା ମିଳିନାହିଁ । ଏଫଏଟିଏଫ ସୁପାରିଶରେ କାମ କରିବାରେ ପୁଣି ପାକ୍ ବିଫଳ ରହିଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ହୋଇଥିବା ଏଫଏଟିଏଫ ବୈଠକରେ ପାକିସ୍ତାନକୁ ବ୍ଲାକଲିଷ୍ଟରେ ପକାଯାଇଛି ।
ହୁଏତ ଏହି ବୈଠକ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ଉପସ୍ଥିତ ଥିଲେ କିନ୍ତୁ ସେ ବୈଠକରେ ସାମିଲ ହୋଇନଥିଲେ । ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ହେଉଛି ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ବଡି, ଯାହାକୁ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜି୭ ସମୁହ ଦେଶ ଦ୍ୱାରା ୧୯୮୯ରେ ସ୍ଥାପିତ କରାଯାଇଥିଲା । ଏହାର କାମ ହେଉଛି ଅନ୍ତରାଷ୍ଟ୍ରୀୟ ସ୍ତରରେ ମନି ଲାଣ୍ଡ୍ରିଂର ସାମୁହିକ ବିନାଶର ଅସ୍ତ୍ରଶସ୍ତ୍ରର ପ୍ରସାର ଏବଂ ଆତଙ୍କବାଦର ଅର୍ଥପୋଷଣ ଉପରେ ନଜର ରଖିବା । ଏଫଏଟିଏଫ ର ନିର୍ଣ୍ଣୟ ନେଉଥିବା ବଡିକୁ ଏଫଏଟିଏଫ୍ ପ୍ଲେନର ବୋଲି କୁହାଯାଇଥାଏ । ଏହାର ବୈଠକ ବର୍ଷକରେ ତିନି ଥର ହୋଇଥାଏ ।