ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ପୁରା ବେହାଲ ହୋଇପଡିଛି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଆମେରିକାକୁ ସାହାଯ୍ୟର ହାତ ବଢାଇଥିଲା ଭାରତ । ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସାହାଯ୍ୟ ନେବାର କିଛି ଦିନ ଭିତରେ ହିଁ ଆମେରିକା ତାର ରଙ୍ଗ ବଦଳାଇଛି । ହାଇଟ୍ ହାଉସ୍ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ସମେତ ସମସ୍ତ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟକୁ ଅନଫଲୋ କରାଯାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁଯାୟୀ ଭାରତ ପକ୍ଷରୁ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ଦିଆଯାଇଥିଲା । ଏହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଏହି ସଙ୍କଟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ରାଷ୍ଟପତି ଭବନ ଏବଂ ଭାରତୀୟ ଦୂତାବାସ ଏବଂ ଅନ୍ୟ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟକୁ ଫଲୋ କରିବା ଆରମ୍ଭ କରିଥିଲା ହ୍ୱାଇଟ୍ ହାଉସ୍ । ମାତ୍ର ଏବେ ସେ ସମସ୍ତ ଆକାଉଣ୍ଟକୁ ଅନଫଲୋ କରିଛି ହ୍ୱାଇଟ୍ ହାଉସ୍ ।