ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇ-କମର୍ସ କମ୍ପାନୀ ଆମାଜନ୍ ର ସିଇଓ ଜେଫ୍ ବେଜୋସ ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି ଏବଂ ଏହି ଦାୟିତ୍ୱ ସେ ଆଣ୍ଡି ଜସିିଙ୍କୁ ଦେଇଛନ୍ତି । ଏବେ ଆପଣ ସସସ୍ତଙ୍କ ମନରେ ସେହି ଗୋଟେ ପ୍ରଶ୍ନ ଉଠୁଥିବ କି ପ୍ରକୃତରେ ଏହି ଆଣ୍ଡି ଜୋସି କିଏ? ଯାହାଙ୍କୁ ଏତେ ବଡ ଦାୟିତ୍ୱ ଦିଆଯାଉଛି ।
ଆଣ୍ଡି ଜସିଙ୍କୁ ହୁଏତ ଖୁବ୍ କମ ଲୋକ ଜାଣିଥିବେ କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଜେସି ଗତ ଦଶନ୍ଧିରେ ଟେକ୍ନୋଲଜି ଦୁନିଆରେ ଏକ ବଡ ନାଁ । ସେ ଆମାଜନ୍ ର ୱେବ ସର୍ଭିସର ଚିଫ୍ ରହିଛନ୍ତ । ଯିଏ ଟେକ୍ନୋଲଜି ଦୁନିଆରେ ନୂଆ ଦିଗ ଦେଖାଇଛନ୍ତି । ଟେକ୍ନୋଲଜି କ୍ଷେତ୍ରରେ ପ୍ରଖର ହେଉଛନ୍ତି ଜସି । ତାଙ୍କ ନିଷ୍ପତିରେ କମ୍ପାନୀ ଅତିତରେ କ୍ଲାଉଡ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ କମ୍ପିଟିଟର ଓରେକଲ କର୍ପ ଏବଂ ମାଇକ୍ରୋସଫ୍ଟ କର୍ପ ରେ ଆଗକୁ ବଢିଛି ।
୫୩ ବର୍ଷିୟ ଆଣ୍ଡି ଜସି ୧୯୯୭ ମସିହାରେ ହାର୍ବାର୍ଡ ବିଜନେସ ସ୍କୁଲରୁ ଗ୍ରାଜୁଏସନ କରିବା ପରେ ଆମାଜନ୍ କମ୍ପାନୀ ରେ ଯୋଗ ଦେଇଥିଲେ । ସେ ଆମାଜନ୍ ୱେବ ସର୍ଭିସେଜ୍ ର ସ୍ଥାପପା କରିଛନ୍ତି ଏବଂ ଲକ୍ଷାଧିକ ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା କ୍ଲାଉଡ ପ୍ଲାଟଫର୍ମ କୁ ମଧ୍ୟ ବିକଶିତ କରିଛନ୍ତି । ସେହିପରି ବେଜୋସଙ୍କ ଅଧିକାରୀ ଗୃପ ଏସ ଟିମ ର ସଦସ୍ୟ ହେଉଛନ୍ତି ଜସି । ୨୦୧୬ ମସିହାରେ ବେଜୋସ ତାଙ୍କୁ ଏଡବ୍ଲ୍ୟୁଏସ ସିଇଓ ପଦ ଦେଇ ପ୍ରମୋଟ କରିଥିଲେ ।