ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତ ୧୪ ବର୍ଷ କାଳ କୋମାରେ ରହିଲା ପରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ମହିଳା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏଭଳି ଏକ ମାମଲା ଆମେରିକାର ଏରିଜୋନାରେ ଘଟିଛି । ଏନେଇ ପୋଲିସ ଖବର ପାଇବା ପରେ ମାମଲର ଖୋଳତାଡ କରୁଛି । ପୋଲିସର କହିବାନୁଯାୟୀ ମହିଳା ଜଣଙ୍କ ଯେଉଁ ଅବସ୍ଥାରେ ଅଛନ୍ତି ସେ କପରି ଭାବେ ନିଜ ସହ ସମ୍ବନ୍ଧ ରଖିବାକୁ କହିପାରିବେ ।
ମିଡିଆ ରିପୋର୍ଟ ମୁତାବକ, ମହିଳା ଜଣଙ୍କ ଗର୍ଭବତୀ ହେବା ପରେ ବି ହସ୍ପିଟାଲର ଷ୍ଟାପ୍ ମାନେ ଏହି ବିଷୟରେ ଜାଣି ପାରିନଥିଲେ । ଶିଶୁ ଜନ୍ମ ହେବା ପରେ ହିଁ ଷ୍ଟାପ ମାନେ ଜାଣିବାକୁ ପାଇଲେ ।
ଖବରମୁତାବକ, ୧୪ ବର୍ଷ ପୂର୍ବେ ମହିଳା ଜଣକ ପାଣିରେ ବୁଡି ଯିବା ଯୋଗୁଁ କୋମାକୁ ପଳାଇଥିଲେ । ମାତ୍ର ଗତ ଡିସେମ୍ବର ୨୯ରେ ସେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ହେଲେ ଏହା କିଭଳି ସମ୍ଭବ ସେନେଇ ଅନେକ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ମହିଳା ଏବଂ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି ।