ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ପାଇଁ ଏକ ବିଲିୟନ ଡଲାର ମାନେ ୭.୫ କୋଟି ଟଙ୍କାର ସାମାଜିକ ସୁରକ୍ଷା ପ୍ୟାକେଜ ଘୋଷଣା କଲା ୱାଲ୍ଡ ବ୍ୟାଙ୍କ । ଏନେଇ ୱାଲ୍ଡ ବ୍ୟାଙ୍କରେ ଭାରତର କଣ୍ଟ୍ରି ଡିରେକ୍ଟର ଜୁନୈଦ ଅହମ୍ମଦ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ସାମାଜିକ ଦୂରତା ପାଇଁ ଅର୍ଥବ୍ୟବସ୍ଥା ମାନ୍ଦା ହୋଇଛି । ଭାରତ ସରକାର ଗରିବ କଲ୍ୟାଣ ଯୋଜନାରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଯାହାଫଳରେ ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷାରେ ସହାୟତା ମିଳିପାରିବ ।
ଏହାପୂର୍ବରୁ ଏସିୟନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) କରୋନାର ସହାୟତା ପାଇଁ ଭାରତକୁ ୧.୫ ଆରବ ଡଲାରର ପ୍ୟାକେଜ ଦେବା ପାଇଁ ଘୋଷଣା କରିଥିଲେ । ସେହିପରି ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ବି ଭାରତକୁ ଏକ ଆରବ ଡଲାରର ଜରୁରୀକାଳୀନ ସହାୟତା ରାଶି ଦେବାକୁ ଘୋଷଣା କରି ସାରିଛି ।
ସୂଚନାଯୋଗ୍ୟ, ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ଭାରତ ସରକାର । ଏହାସହିତ ଅର୍ଥବ୍ୟବସ୍ଥାକୁ ପୁନର୍ବାର ଟ୍ରାକକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର । ଏବେ ୱାଲ୍ଡ ବ୍ୟାଙ୍କରୁ ମିଳିଥିବା ରାଶି ସରକାରଙ୍କୁ ସହାୟକ ହେବ ।