ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଅନେକ ଜେଲ ରହିଛି । ଏହି ଜେଲ୍ ରେ କ୍ଷମତା ଠାରୁ ଅଧିକ କଏଦୀ ମଧ୍ୟ ବନ୍ଦି ଅଛନ୍ତି । ସବୁଠାରୁ ବଡ କଥା ହେଉଛି ଜେଲ୍ କଥା ଶୁଣିବା ମାତ୍ରେ ହିଁ ଜେଲ୍ ର ରହଣୀ ଏବଂ ଖାଦ୍ୟ କଥା ମନେ ପଡି ଯାଇଥାଏ । ଆପଣମାନେ ସମସ୍ତେ ଜାଣିଥିବେ କି ଜେଲ୍ ରେ ବନ୍ଦି ଥିବା କଏଦୀଙ୍କ ପାଇଁ ଅଏସ ଆରାମର ସୁବିଧା ନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଜେଲ୍ ବିଷୟରେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠାରୁ ମହଙ୍ଗା ଜେଲ୍ । ଯେଉଁଠି ଜଣେ କଏଦୀ ଉପରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯାହାଦ୍ୱାରା ସମସ୍ତ ପ୍ରକାରର ସୁବିଧା ଏବଂ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଉଛି । ଆଜ୍ଞା ହଁ ଏହି ମହଙ୍ଗା ଜେଲ୍ ଟି କ୍ୟୁବାରେ ଅବସ୍ଥିତ । ଯାହାର ନାଁ ରହିଛି ଗ୍ୱାଂତାନମୋ ୱେ ।
ଆମେରିକାର ମିଡିଆ ରିପୋର୍ଟ ମୁତାବକ, ଏହି ଜେଲ୍ ରେ ବର୍ତ୍ତମାନ ୪୦ ଜଣ କଏଦୀ ଅଛନ୍ତି । ପ୍ରତ୍ୟେକ କଏଦୀଙ୍କ ଉପରେ ବର୍ଷକୁ ପାଖାପାଖି ୯୩ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାସହିତ କଏଦୀଙ୍କ ଦେଖାରଖା ପାଇଁ ଜେଲ୍ ରେ ପାଖାପାଖି ୧୮୦୦ ସେନାଙ୍କୁ ରଖାଯାଇଛି । ଜେଲ୍ ର ସୁରକ୍ଷାରେ ଉପସ୍ଥିତ ଥିବା ସେନାମାନଙ୍କ ଉପରେ ପ୍ରତ୍ୟେକ ବର୍ଷ ପାଖାପାଖି ୩୯୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହାକୁ ଶୁଣିଲା ପରେ ଆପଣମାନେ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ପ୍ରକୃତରେ କଏଦୀ ମାନଙ୍କ ଉପରେ ଏତେ ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି ।
ସୂଚନାଯାଗ୍ୟ, ଏହି ଜେଲରେ ଏଭଳି କିଛି ଅପରାଧୀଙ୍କୁ ରଖାଯାଇଛି, ଯେଉଁମାନେ ଖୁବ୍ ମାରାତ୍ମକ । ରିପୋର୍ଟ ମୁତାବକ, ୯/୧୧ ହମଲାର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମୋହମ୍ମଦ ବି ଏହି ଜେଲରେ ବନ୍ଦି ଅଛନ୍ତି । ଏହି ଜେଲରେ ତିନୋଟି ବିଲ୍ଡିଂ ରହିଛି ଏବଂ ଦୁଇଟି ଗୁଇନ୍ଦା କାର୍ଯ୍ୟାଳୟ ଓ ତିନୋଟି ହସ୍ପିଟାଲ ଅଛି । ଏହାବ୍ୟତିତ ସେଠାରେ ଓକିଲଙ୍କ ପାଇଁ ମଧ୍ୟ ଅଲଗା ଅଲଗା କମ୍ପାଉଣ୍ଡ ତିଆରି କରାଯାଇଛି । ଯେଉଁଠି କଏଦୀମାନେ ଓକଲିଙ୍କ ସହ କଥା ହୋଇ ପାରିବେ ।
କଏଦୀଙ୍କ ପାଇଁ ଚର୍ଚ୍ଚ, ସିନେମା ହଲ୍ , ଜିମ୍ ଏବଂ ପ୍ଲେ ଷ୍ଟେସନର ସୁବିଧାମାନ କରାଯାଇଛି ।