ଭୁବନେଶ୍ୱର (ଏଟିଆର ବ୍ୟୁରୋ): କମଳାକୁ ଖାଇବାକୁ ସଭିଏଁ ପସନ୍ଦ କରିଥାନ୍ତି । କମଳା ତ୍ୱଚାକୁ ସୁନ୍ଦର ଓ କୋମଳ ରଖିବା ପାଇଁ ବେଶ ଉପଯୋଗୀ, ଏହା ସମସ୍ତଙ୍କୁ ଜଣା । କିନ୍ତୁ କେବେ ଭାବିଛନ୍ତି କି ଆପଣ କମଳା ଖାଇ ସାରିବା ପରେ ଯେଉଁ ମଞ୍ଜିକୁ ଫୋପାଡି ଦିଅନ୍ତି, ତାହା ମଧ୍ୟରେ ଏପରି କିଛି ତତ୍ୱ ରହିଛି ଯାହା ଆପଣଙ୍କ ଶରୀରକୁ ବହୁ ଲାଭ ପହଞ୍ଚାଇ ପାରିବ ।
କମଳା ମଞ୍ଜି ଆମ ଶରୀର ପାଇଁ ବହୁ ଲାଭ ଦାୟକ ଅଟେ । କମଳା ମଞ୍ଜିର ବ୍ୟବହାର ଦ୍ୱାରା ତ୍ୱଚାର ଚମକ ଓ ସୁନ୍ଦରତା ବଜାୟ ରହେ । ତେବେ ଆସନ୍ତୁ ଜାଣିବା କମଳା ମଞ୍ଜିର ଆଉ କିଛି ଉପକାରିତା ।
କମଳା ମଞ୍ଜିରୁ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । କମଳା ମଞ୍ଜିରେ ଭିଟାମିନ ବି୬ ଓ ମେଗନେସିୟମ ମାତ୍ରା ଭରପୂର ଥିବାରୁ ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ ।
ଅରେଞ୍ଜ ଏସେନସିଆଲ ଅଏଲ ପ୍ରାୟ ସମସ୍ତେ ବ୍ୟବହାର କରନ୍ତି । ଏହି ଅଏଲ ଆମ ତ୍ୱଚାର ଉପଯୋଗୀ ହେବା ସହିତ ଏହାର ବାସ୍ନା ଘରୁ ଦୁର୍ଗନ୍ଧ ଦୂର କରିବାରେ ସହାୟକ ହୋଇଥାଏ ।
କମଳା ମଞ୍ଜିରେ ଆଣ୍ଟି ଅକ୍ସିଡେଟସ ଭରପୂର ରହିଥାଏ ଯାହା ଇମ୍ୟୁନିଟିକୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ ସି ଇମ୍ୟୁନ ସିସଟମକୁ ମଜବୁତ କରାଇଥାଏ ।
ଅନ୍ୟପଟେ କକ୍ ଓ ବିଭିନ୍ନ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ କମଳା ସଞ୍ଜିରୁ ବାହାରୁ ଥିବା ଏସେନସିଆଲ ପାଣିର ବ୍ୟବହାର କରାଯାଇଥାଏ ।