ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀରର ଷ୍ଟ୍ରଙ୍ଗନେସ ଆପଣଙ୍କ ଖାଦ୍ୟ ଉପରେ ନିର୍ଭର । ଏବଂ ଶୀରରରେ ଖାଦ୍ୟ-ପେୟ କିଭଳି ହଜମ ହୋଇଥାଏ ତାହା ଆପଣଙ୍କ ପାଚନକ୍ରିୟା ଉପରେ ନିର୍ଭର । ଶରୀରରେ ପାୱରହାଉସ ଭଳି କାମ କରିଥାଏ ପାଚନ ତନ୍ତ୍ର । ଏହା ଭୋଜନର ପାଚନ ପରେ ଶରୀରକୁ ଶକ୍ତି ଯୋଗାଇଥାଏ । ଏହି ଶକ୍ତିକୁ ଆପଣ ଛୋଟରୁ ନେଇ ବଡ କାମରେ ଲଗାଇଥାନ୍ତି । ପାଚନତନ୍ତ୍ର ଯେତେ ମଜବୁତ ହେବ ଶରୀର ସେତେ ମାତ୍ରାରେ ଷ୍ଟ୍ରଙ୍ଗ ହେବ । ସେହିପରି ପାଚନକୁ ମଜବୁତ କରିବା ପାଇଁ ଖାଦ୍ୟ-ପେୟର ଅଭ୍ୟାସ ଏବଂ ୱର୍କଆଉଟ ନିହାତି ଜରୁରୀ । ଯଦି ଆପଣଙ୍କ ଛାତି ଜଳାପୋଡା,କୋଷ୍ଠକାଠିନ୍ୟ, ଝାଡାରେ ରକ୍ତ ପଡିବା, ଭୋକ କମ ଲାଗିବା ଆଦି ସମସ୍ୟା ହେଉଥାଏ ତେବେ ଆପଣ ଜାଣିଯିବେ କି ଆପଣଙ୍କ ପାଚନତନ୍ତ୍ର ସଠିକ୍ ଭାବେ କାମ କରୁ ନାହିଁ । ସେଥିପାଇଁ ପାଚନତନ୍ତ୍ରକୁ ଷ୍ଟ୍ରଙ୍ଗ କରିବା ପାଇଁ କିଛି ଉପାୟ ଆପଣାଇବା ଉଚିତ୍ ।
ଉପାୟ: ପାଚନତନ୍ତ୍ରକୁ ସଠିକ୍ ରଖିବାକୁ ହେଲେ ଆପଣ ସକାଳୁ ଖାଲି ପେଟରେ ଗରମ ପାଣିରେ ଲେମ୍ବୁ ମିଶାଇ ପିଇ ପାରିବେ । ଏହାଦ୍ୱାରା ପେଟ ସଫା ରହିବ । ଏହାସହିତ କୋଷ୍ଠାକାଠିନ୍ୟରୁ ମଧ୍ୟ ମୁକ୍ତି ମିଳିବ ।
ନିୟମିତ ରୂପେ ଏକ୍ସରସାଇଜ କରିବା ଦ୍ୱାରା ଆପଣଙ୍କ ପାଚନତନ୍ତ୍ର ସଠିକ ରହିବ ଏବଂ ସହଜରେ ଭୋଜନ ହଜମ ହେବ ।
ବାହାର ଖାଦ୍ୟରେ କ୍ୟାଲୋରୀ ମାତ୍ରା ଅଧିକ ହୋଇଥାଏ । ଯାହା ଓଜନ ବଢାଇବାରେ ସହାୟକ ହୋଇଥାଏ । ଏଥିରେ ତେଲ ମସଲା ଅଧିକ ଥାଏ ଯାହାଦ୍ୱାରା ପାଚନ ପ୍ରକ୍ରିୟା ବିଗିଡି ଯାଇଥାଏ । ସେଥିପାଇଁ ବାହାର ଖାଦ୍ୟ ବଦଳରେ ଘର ଖାଦ୍ୟ ପେଟ ପାଇଁ ଭଲ ହୋଇଥାଏ ।
ସେହିପରି ଆପଣଙ୍କ ଡାଇଟରେ ଏଭଳି ଖାଦ୍ୟ ସାମିଲ କରନ୍ତୁ ଯେଉଁଥିରେ ଭରପୁର ମାତ୍ରାରେ ଫାଇବର ଥିବେ । ଫାଇବର ସେବନ କରିବା ଦ୍ୱାରା ପାଚନତନ୍ତ୍ର ଠିକ୍ ରହିଥାଏ । ଏହାଦ୍ୱାରା କୋଷ୍ଠକାଠିନ୍ୟ ଏବଂ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ ।