ଭୁବନେଶ୍ୱର (ଏଟିଆର ବ୍ୟୁରୋ):ମୁଣ୍ଡ ବ୍ୟଥା, ମାଇଗ୍ରେନ, ଅଣ୍ଟା, ବ୍ୟଥା ହେଲେ ଆମେ ସାଧାଣତଃ ବଜାରରୁ ଔଷଧ ଆଣି ଖାଇ ଦେଇଥାଉ । କିନ୍ତୁ ଏହା ଆମ ଶରୀରକୁ ଖରାପ ପ୍ରଭାବ ପକାଇଥାଏ । ତେବେ ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଆକ୍ୟୁପ୍ରେସର ପଏଣ୍ଟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦବେଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଯିବ ।
ମାନସିକ ଉତ୍ତଜନା: ଅଙ୍ଗୁଳି ସାହାର୍ଯ୍ୟରେ ହାତର ମଣିବନ୍ଧକୁ ଚାପିଲେ ଚିନ୍ତାରୁ ମୁକ୍ତି ମିଳିଥାଏ ।
ହେକୁଟି ମାରିବା: ହଠାତ୍ ହେକୁଟି ଆସିଲେ ହାତ ପାପୁଲିର ମଝିକୁ ଦବାନ୍ତୁ ।
ଗଳା ଦରଜ ହେବା: ଅଙ୍ଗୁଳିର ତଳ ଭାଗକୁ ଚାପିବା ଦ୍ୱାରା ଗଳା ଦରଜ ଦୂର ହୋଇଥାଏ ।
ଦାନ୍ତ ଦରଜ ହେବା: ଅଙ୍ଗୁଳିର ନଖକୁ ଚାରିପଟରୁ ଦବେଇବା ଦ୍ୱାରା ଦାନ୍ତ ଦରଜରୁ ଆରାମ ମିଳିଥାଏ ।
ପେଟ କାଟିବା: ଯଦି କୌଣସି ବ୍ୟକ୍ତିଙ୍କର ପେଟ କାଟୁଛି, ତେବେ ଅଙ୍ଗୁଳି ଦ୍ୱାରା ପେଟଳୁ ଧୀରେ ଧୀରେ ଦବାନ୍ତୁ ଏହାଦ୍ୱାରା ଆରାମ ଲାଗିବ ।
ମୁଣ୍ଡ ବ୍ୟଥା ଏବଂ ମାଇଗ୍ରେନ: ଯଦି କୌଣସି ବ୍ୟକ୍ତିର ମୁଣ୍ଡ ବ୍ୟଥା ହେଉଛି ତେବେ ତର୍ଜନୀ ଅଙ୍ଗୁଳିର ତଳ ଅଂଶକୁ ଚାପନ୍ତୁ, ଏହାଦ୍ୱାରା ମୁଣ୍ଡବ୍ୟଥାରୁ ଆରାମ ମିଳିଥାଏ ।