ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି କିଡନୀ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆମେରିକୀୟ ଜର୍ନାଲରେ ପ୍ରକାଶିତ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି କି ଆୟୁର୍ବେଦିକ ଔଷଧ ଏବଂ ନିୟମ ଉପରେ ଆଧାରିତ ପୌଷ୍ଟିକ ଭୋଜନ ଦ୍ୱାରା କିଡନୀ ସମସ୍ୟା ଦୂର ହୋଇପାରିବ ।
– ଜର୍ନାଲ ଅଫ ଦି ଏକାଡେମି ଅଫ ନ୍ୟୁଟ୍ରିସିୟନ ଆଣ୍ଡ ଡାଇଟିକ୍ସରେ ପ୍ରକାଶିତ ହୋଇଥିବା ଗବେଷଣା ଅନୁସାରେ ଅଦା, ପିଆଜ ଏବଂ ରସୁଣ ଖାଇବା ଦ୍ୱାରା କିଡନୀ ପାଇଁ ଫାଇଦା ହୋଇଥାଏ ।
– ନୂତନ ଗବେଷଣା ଅନୁଯାୟୀ ଆୟୁର୍ବେଦିକ ଔଷଧ ସହିତ ଶୃଙ୍ଖଳିତ ଖାଦ୍ୟ ପାନୀୟ ମଧ୍ୟ କିଡନୀ ଚିକିତ୍ସା ପାଇଁ ଗୁରୁତ୍ୱ ହୋଇଥାଏ ।
– ଗବେଷଣା ସହ ଜଡିତ ଲୋୟଲା ୟୁନିଭରସିଟି, ଚିକାଗୋର ଜଣେ ଡାକ୍ତରଙ୍କ କହିବାନୁଯାୟୀ ଅନେକ ରୋଗୀ ଜାଣିପାରିନଥାନ୍ତି କି ରୋଗ ବୃଦ୍ଧିକୁ ରୋକିବା ପାଇଁ ଭୋଜନର ମୁଖ୍ୟ ଭୂମିକା ରହିଛି ।