ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୀତ ଋତୁ ଆରମ୍ଭ ହେବା ମାତ୍ରେ କିଛି ଲୋକ ଅଦା ଚା’ ପିଇବା ଆରମ୍ଭ କରନ୍ତି । ହୁଏତ ସେହି ଲୋକଙ୍କ ପାଇଁ ଅଦା ଚା ଲାଭଦାୟୀ ହୋଇଥାଏ, ଯେଉଁମାନେ ଶୀତ ଦିନେ କଫ ପ୍ରକୃତିର ହୋଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ନିୟମିତ ଅଦା ଚା’ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।
ସେହିପରି ଅଧିକ ଅଦା ଚା ସେବନ କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ଯଦି ଆପଣ ଅଦା ଚା’ ପ୍ରେମୀ । ତେବେ ଆପଣ ଏହା ବିଷୟରେ ଜାଣିବା ନିହାତି ଆବଶ୍ୟକ । କୌଣସି ବ୍ୟକ୍ତିଙ୍କୁ ଗୋଟେ ଦିନରେ ୫ ଗ୍ରାମରୁ ଅଧିକ ଅଦା ସେବନ କରିବା ଉଚିତ୍ ନୁହେଁ । କାରଣ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ ଗୋଟେ କପ ଚା’ରେ ଅଧା ଚାମଚ ଅଦା ବହୁତ ହୋଇଥାଏ ।
ସେହିପରି ଗର୍ଭବତୀ ମହିଳା ମାନଙ୍କୁ ଅଧିକ ସତର୍କ ରହିବା ଉଚିତ୍ । ସେମାନଙ୍କୁ ଦିନ ଯାକରେ ୨.୫ ଗ୍ରାମରୁ ଅଧିକ ଅଦା ସେବନ କରିବା ଉଚିତ୍ ନୁହେଁ । ଏହାସହିତ ମହିଳାଙ୍କୁ ଗର୍ଭାବସ୍ଥାରେ ଚା ପିଇବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ଏସିଡିଟି ହେବାର ସମ୍ଭାବନା ରହିଥାଏ । ଯଦି ପାଚନ ସମ୍ବନ୍ଧୀୟ ସମସ୍ୟା ରହିଥିବ ତେବେ ଗୋଟେ ଦିନରେ ୧.୨ ଗ୍ରାମର ଅଦା ସେବନ କରିବା ଉଚିତ୍ ନୁହେଁ । ଅତ୍ୟଧିକ ଅଦା ସେବନ ପାଚନ ସମସ୍ୟାକୁ ବଢାଇ ଦେଇଥାଏ ।
ଅନ୍ୟପଟେ ଭୁଲରେ ବି ଖାଲି ପେଟରେ ଅଦା ଚା ସେବନ କରିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ପେଟ ଖରାପ ହୋଇଥାଏ । ଅତ୍ୟଧିକ ଅଦା ଚା ସେବନ ଦ୍ୱାରା ଅନିଦ୍ର ହେବାକୁ ପଡିପାରେ । ସେଥିପାଇଁ ବେଡ୍ କୁ ଶୋଇବାକୁ ଯିବା ପୂର୍ବରୁ ଚା ପିଇବା କଥା ନୁହେଁ । ଏହାସହିତ ଚା’ରେ ଅଧିକ ଚା ପକାଇ ସେବନ କରିବା ଦ୍ୱାରା ପେଟ ଜଳାପୋଡା ହୋଇଥାଏ ।