ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତବହୁଳ କର୍ମମୟ ଜୀବନ ଭିତରେ ମଣିଷ ପେଶି ହୋଇଯାଉଛି । ଯାହାଫଳରେ ପରିବାରକୁ ସଠିକ୍ ସମୟ ଦେଇ ପାରୁନାହିଁ । ସେଥିପାଇଁ କିଛି ଲୋକ ନିଜ ପରିବାର ସହିତ କିଛି ସମୟ ବିତାଇବା ଲାଗି କିମ୍ବା ଅଫିସ କାର୍ଯ୍ୟରୁ ଟିକେ ମୁକ୍ତି ପାଇଁ କିଛି ଦିନ ପାଇଁ ଅଫିସ୍ ରୁ ଛୁଟି ଆଣିଥାନ୍ତି । ଏବଂ ଏହି ଛୁଟିରେ ବାହାରକୁ ବୁଲିବା ପାଇଁ ପ୍ଳାନ କରିଥାନ୍ତି । କିନ୍ତୁ ଖରାଦିନର ପ୍ରବଳ ଗ୍ରୀଷ୍ମ ତାପ ଯୋଗୁଁ ଛୁଟି କଟାଇବା ପାଇଁ ବାହାରକୁ ଯାଇ ପାରନ୍ତି ନାହିଁ । ତେବେ ସେଥିପାଇଁ ବିଲକୁଲ ଚିନ୍ତା ନକରି ଛୁଟି କଟାଇବା ପାଇଁ ବହାରକୁ ଯାଆନ୍ତୁ । ଏବଂ ସାଥୀରେ ନେଇ ଯାଆନ୍ତୁ କିଛି ବିୟୁଟିି ପ୍ରଡକ୍ଟସ । ଯାହାକୁ ବ୍ୟବହାର କଲା ପରେ ଆପଣଙ୍କ ତ୍ୱଚା ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ତାଜା ଦେଖାଯିବ ।
ଫେସ ଓା୍ୱଇପସ- ଅତ୍ୟଧିକ ଖରା ଯୋଗୁଁ ଶରୀରରୁ ପ୍ରବଳ ଝାଳ ବାହାରିଥାଏ । ଯାହାଫଳରେ ଆପଣଙ୍କ ମେକଅପ ବୋହି ଯାଇଥାଏ । ଏହି ସମୟରେ ଆପଣ ଫେସ୍ ୱାଇପସ ରେ ମୁହଁ ପୋଛି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ମେକଅପ ଭଲ ଭାବରେ ପୋଛି ହୋଇ ଯାଇଥାଏ,ଏବଂ ମୁହଁ ଚମକି ଥାଏ । କିମ୍ବା ଆପଣ ରାତିରେ କ୍ଲବରେ ନାଚିଲା ବେଳେ ଫେସ୍ ୱାଇପସ ବ୍ୟବହାର କରି ପାରନ୍ତି ।
ସିସି କ୍ରିମ: ଏହି କ୍ରିମ ଆପଣଙ୍କ ତ୍ୱଚାର ରଙ୍ଗକୁ ବାହାରକୁ ଆଣିଥାଏ, ଏବଂ ତ୍ୱଚାରେ ସୁପର ଲାଇଟ ଅନୁଭବ ହୋଇଥାଏ ।
ୱାଟର ପ୍ରୁଫ ମସ୍କରା: ତ୍ୱଚା ମଧରେ ଆଖି ମେକଅପ ସବୁଠାରୁ ସୁନ୍ଦର ଲୁକ ଦେଇଥାଏ । କିନ୍ତୁ ଖରାଦିନେ ଆଖିକୁ ଯେତେ ମେକଅପ କଲେ ତାହା ଝାଳରେ ବୋହି ଯାଇଥାଏ । ସେଥିପାଇଁ ଆପଣ ୱାଟର ପ୍ରୁଫ ମସ୍କରା ଆଖିରେ ବ୍ୟବହାର କରନ୍ତୁ ।
ଗ୍ଲିଟର: ଆଖିର ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଁ ରାତିରେ ଗ୍ଲିଟର ବ୍ୟବହାର କରନ୍ତୁ । ଏହାବ୍ୟତୀତ ଆପଣ ନଖର ମଧ୍ୟ ଗ୍ଲିଟର ଲଗାଇ ପାରିବେ । ଏହାଦ୍ୱରା ଆପଣଙ୍କ ଲୁକ ଭ୍ୟାକେସନରେ ପରଫେକ୍ଟ ଦେଖାଯିବ ।