ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଲିଉଡର ଜଣେ ବର୍ଷିୟାନ ଅଭିନେତ୍ରୀ ହେଉଛନ୍ତି ରେଖା । ଅଭିନୟ ସାଙ୍ଗକୁ ସେ ଦେଖିବା ପାଇଁ ମଧ୍ୟ ଖୁବ୍ ସୁନ୍ଦର । ତାଙ୍କ ସୁନ୍ଦରତା ଉପରେ ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଫିଦା । ୬୪ ବର୍ଷିୟା ରେଖାଙ୍କର ସୁନ୍ଦରତା ଏବେ ବି ସେମିତି ବଳବତ୍ତର ରହିଛି । ସେଥିପାଇଁ ଅନେକ ମହିଳା ରେଖାଙ୍କ ସୁନ୍ଦରତାର ରାଜ୍ ଜାଣିବାକୁ ଚାହିଁଥାନ୍ତି । ଆଜି ଆମେ ଆପଣଙ୍କୁ ରେଖାଙ୍କ ବିୟୁଟି ସିକ୍ରେଟ ବିଷୟରେ କହିବାକୁ ଯାଉଛୁ ।
– ରେଖା ତାଙ୍କର ସୁନ୍ଦରତାକୁ ବଳବତ୍ତର ରଖିବା ପାଇଁ ଆର୍ୟୁବେଦ ବା ଆରୋମା ଥେରାପିର ପ୍ରୟୋଗ କରିଥାନ୍ତି ।
– ରେଖାଙ୍କ କେଶ ବହୁତ ସୁନ୍ଦର ଏବଂ ଲମ୍ବା । କେଶକୁ ସୁନ୍ଦର କରିବା ପାଇଁ ସେ ଅଁଳା,ଶିକାକାଈ, ମେଥି, ନଡିଆତେଲ ଆଦି ବ୍ୟବହାର କରିଥାନ୍ତି । ଏହାସହିତ ସପ୍ତାହକୁ ଦୁଇଥର ସେ ତାଙ୍କ କେଶରେ ଦହି, ମହୁ ଏବଂ ଅଣ୍ଡାରେ ପ୍ରସ୍ତୁତ ଏକ ପ୍ୟାକ ଲାଗଇ ଥାନ୍ତି ।
– ଚେହେରାରୁ ମେକ୍ ଅପ ହଟେଇବା ପାଇଁ ସେ କ୍ଲିନଜିଙ୍ଗ, ଟୋନିଙ୍ଗ ଏବଂ ମଇଶ୍ଚରାଇଜର ପ୍ରୟୋଗ କରିଥାନ୍ତି ।
– ଚେହେରାରେ ପ୍ରକୃତିକ ଚମକ ଆଣିବା ପାଇଁ ରେଖା ସ୍ପା ଏବଂ ଆରୋମା ଥେରାପି ପ୍ରଯୋଗ କରିଥାନ୍ତି ।
– ରେଖା ନିୟମିତ ବ୍ୟାୟମ କରିବା ସହ ତାଜା ଫଳ ଜୁସ୍ ପିଇଥାନ୍ତି । ଯାହାଦ୍ୱାରା ତାଙ୍କ ତ୍ୱଚାରେ ଚମକ ଆସିଥାଏ । ଏହାସହିତ ଦିନକୁ ୧୦ ରୁ ୧୨ ଗ୍ଲାସ ପାଣି ପିଇଥାନ୍ତି ।