ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ଅଂଜିର ଅନ୍ୟତମ । ପୁରାତନ କାଳରୁ ଏହାର ବ୍ୟବହାର କରି ଆସୁଛନ୍ତି ଲୋକେ । ଶରୀରକୁ ମଜବୁତ କରିବା ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ସହିତ ଅନେକ ରୋଗର ଚିକିତ୍ସା ରେ ମଧ୍ୟ ଅଂଜିର ବ୍ୟବହାର କରାଯାଏ । ଏହା ଶରୀରକୁ ନିରୋଗ ରଖେ ।
ଫାଇଦା:
ସ୍ୱାଦରରେ ଅଂଜିର ମିଠା କିନ୍ତୁ ମଧୁମେୟ ରୋଗକୁ ରୋକିବାରେ ସହାୟକ ହୋଇଥାଏ । କାରଣ ଏଥିରୁ ସଲ୍ୟୁବଲ ଫାଇବର ମିଳିଥାଏ । ଯାହା କାର୍ବ୍ସୋର ପାଚନକୁ ଧୀମା କରି ରକ୍ତରେ ସୁଗାର ମାତ୍ରାକୁ ବଢିବାକୁ ଦିଏ ନାହିଁ ।
ଅଂଜିରରେ ପ୍ରଚୁର ମାତ୍ରାରେ ଆୟରନ ରହିଛି । ସେଥିପାଇଁ ଏହା ମହିଳାଙ୍କ ପାଇଁ ବହୁତ ଜରୁରୀ । ପ୍ରତ୍ୟେକ ମହିଳାଙ୍କୁ ଅଂଜିର ସେବନ କରିବା ଉଚିତ୍ ।
ଯଦି କେହି ଶରୀରିକ ଦୁର୍ବଳ ଅନୁଭବ କରିନ୍ତି ତେବେ ତାଙ୍କୁ ଅଂଜିର ସେବନ କରିବା ଉଚିତ୍ । କାରଣ ଏଥିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, କପର ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଛି ।
ଧୂମପାନକୁ ନିୟନ୍ତ୍ରଣରେ ଆଣିବାରେ ଅଂଜିର ଲାଭଦାୟକ ହୋଇଥାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ଷରୀୟତା ରହିଥାଏ ।
ଅଂଜିର ବହୁତ ଗରମ । ସେଥିପାଇଁ ଖୀର ସହିତ ସର୍ବଦା ଏହାକୁ ସେବନ କରିବା ଉଚିତ୍ । ଦିନକରେ କେବଳ ଗୋଟେ ଖଣ୍ଡ ଅଂଜିର ସେବନ କରିବା ଉଚିତ୍ । ପିଲାମାନଙ୍କୁ ଗୋଟେ ଖଣ୍ଡ ଅଂଜିରକୁ ଅଧା କରି ଦେବା ଉଚିତ୍ । ଅଂଜିରକୁ ଭଲକି ଧୋଇ ଦେଇ ତାକୁ ଅଧା କପ ଖୀରରେ ବତୁରେଇ ରଖନ୍ତୁ । ସକାଳେ ଏହା ନରମ ହେଲା ପରେ ସେବନ କରନ୍ତୁ ।