ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁଠାରୁ ସ୍ୱାଦିଷ୍ଟ ଏବଂ ପୌଷ୍ଟିକ ଫଳ ମଧ୍ୟରୁ ସେଓ ଅନ୍ୟତମ । ଏଥିରେ ଫାଇବର , ଭିଟାମିନ୍ ସି ଏବଂ ବିଭିନ୍ନ ଆଣ୍ଟି ଅକ୍ସିଡେ ରହିବା ସମେତ, ଏହା ଏକ ଲୋ-କ୍ୟାଲୋରୀ ଯୁକ୍ତ ଫଳ । ସେଥିପାଇଁ ଏହାକୁ ସେବନ କରିବା ଦ୍ୱାରା କୌଣସି ଦୁଷ୍ପ୍ରଭାବ ହୋଇନଥାଏ । ଏହାସହିତ ଅଧିକ ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…
ଇମ୍ୟୁନିଟି ବଢିବା: ସେଓରେ ବିଭିନ୍ନ ଖଣିଜ ଏବଂ ଭିଟାମିନ୍ସ ରହିଛି । ସେଥିପାଇଁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ରଖିବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ସ ସି ଏବଂ ପୋଟାସିୟମ ଭଳି ତତ୍ୱ ମଧ୍ୟ ରହିଛି । ଭିଟାମିନ୍ ସି ଏକ ମଜବୁତ୍ ଆଣ୍ଟି-ଅକ୍ସିଡେଣ୍ଟ । ଯାହା ଦାନ୍ତ, କେଶ, ତ୍ୱଚା ଏବଂ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଉପଯୋଗୀ ହୋଇଥାଏ । ଏହାସହିତ ହାର୍ଟକୁ ସୁସ୍ଥ ରଖିଥାଏ ।
ଓଜନ କମ୍ କରିବା: ଫାଇବରର ଏକ ଭଲ ସ୍ରୋତ ହେଉଛି ସେଓ । ଏହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହାସହିତ ସେଓ ରକ୍ତ ସର୍କରାର ସ୍ତରକୁ ପ୍ରବନ୍ଧିତ କରିବାରେ ମଧ୍ୟ ସହାୟକ ହୋଇଥାଏ ।
ସ୍ୱସ୍ଥ କାର୍ବୋହାଇଡ୍ରେଡ: ଶରୀରକୁ ଶକ୍ତି ପ୍ରଦାନ କରିଥାଏ କାର୍ବୋହାଇଡ୍ରେଡ । କିନ୍ତୁ ଅସ୍ୱସ୍ଥ କାର୍ବୋସ ଯୋଗୁଁ ଓଜନ ବଢିବା ଭଳି ସମସ୍ୟା ଉପୁଜିଥାଏ । ସ୍ୱସ୍ଥ କାର୍ବୋହାଇଡ୍ରେଡର ଏକ ପ୍ରମୁଖ ସ୍ରୋତ ହେଉଛି ସେଓ । ଏକ ମଧ୍ୟମ ଆକାରର ସେଓ ପାଖାପାଖି ୧୩ ଗ୍ରାମ କାର୍ବୋସ ଉତ୍ପାଦନ କରିଥାଏ । ସେଥିପାଇଁ ଏହାକୁ ସେବନ କରିବା ଦ୍ୱାରା ମୋଟାପଣ ହେବାର ଆଶଙ୍କା ଦୂର ହୋଇଥାଏ । ସେଓରେ ସୁଗାର ମାତ୍ରା କମ ଥାଏ । ଏହା ମଧୁମେୟ ରୋଗୀଙ୍କ ପାଇଁ ଭଲ ଫଳ ଅଟେ । ଏହାସହିତ କିଛି ଗବେଷଣାରୁ ଜାଣିବାକୁ ମିଳିଛି କି ସେଓ ସେବନ ଦ୍ୱାରା ଟାଇପ ୨ ମଧୁମେୟରୁ ରକ୍ଷା ପାଇବା ପାଇଁ ସହାୟକ ମିଳିଥାଏ ।