ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ହୃଦରୋଗ, ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଏହାର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ସେବନର ଖରାପ ଅଭ୍ୟାସ ।
ରକ୍ତଚାପକୁ ନିୟନ୍ତ୍ରିତ କରିବା ପାଇଁ ଲୋକେ ଔଷଧ ସେବନ ସହିତ ଯୋଗ, ବ୍ୟାୟାମ ଆଦି କରିଥାନ୍ତି । କିନ୍ତୁ ଗୋଟେ ଥର ଯଦି ଏହି ସମସ୍ୟା ସହ ମଣିଷ ଗ୍ରାସିତ ହୋଇଯାଏ ତେବେ ତାକୁ ଠିକ୍ କରିବା ବହୁତ କଷ୍ଟ କର ହୋଇଯାଇଥାଏ । ରକ୍ତଚାପ ପାଇଁ ହିଁ ଆଗାକୁ ବ୍ୟକ୍ତିଙ୍କୁ ହୃଦରୋଗ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।
ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯଦି ଆପଣ ନିୟମିତ ସକାଳୁ ଗୋଟେ ସେଓ ସେବନ କରିବେ ତେବେ ଶରୀରକୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରଖିପାରିବେ । ସେଓ ସେବନ କରିବା ଦ୍ୱାରା ଶରୀରରେ ଇଲେକ୍ଟ୍ରୋଲାଇଟ ବାଲାନ୍ସ ମଧ୍ୟ ରହିଥାଏ । ଏହାସହିତ ଏଥିରେ ଥିବା ଫାଇବର ଏବଂ ଭିଟାମିନ୍ସ ଶରୀରରେ ପୋଷକ ତତ୍ୱର ଅଭାବକୁ ଦୂର କରିଥାଏ । ଯଦି ଆପଣଙ୍କର ଲୋ-ବିପି ର ସମସ୍ୟା ରହିଥିବା ତେବେ ତୁରନ୍ତ ଏକ ସେଓ ସେବନ କରିନେବେ । ଏଭଳି କରିବା ଦ୍ୱାରା ଶରୀରକୁ ଇଂଷ୍ଟାଣ୍ଟ ଏନର୍ଜି ମିିଳିବ ଏବଂ ଆପଣଙ୍କ ବିପି ମଧ୍ୟ ନର୍ମାଲ ରହିବ ।