ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାମାଜିକ ଦୃଷ୍ଟିରେ ବିୟର ବା ମଦକୁ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କୁହାଯାଇଥାଏ । କିନ୍ତୁ ଏହି ବିୟରରେ ଏମିତି କଣ ସବୁ ଭଲ ଗୁଣ ରହିଛି ଯେ ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକର ମଧ୍ୟ ହୋଇପାରେ ଆସନ୍ତୁ ଜାଣିବା ।
ବିୟର କେବଳ ଅଭ୍ୟନ୍ତରିଣ ଶରୀର ପକ୍ଷେ ହିତକର ତାହାନୁହେଁ ବିୟର ଆମ ତ୍ୱଚାର ସୁନ୍ଦରତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ସେଥିପାଇଁ ବର୍ତ୍ତମାନ ସମୟରେ ବିୟର ଫେସିଆଲ ଓ ବିୟର ସ୍ପା ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।
ବିୟର ପିଇବା ଦ୍ୱାରା ଷ୍ଟ୍ରେସ୍ ରିଲିଫ ବା ମାନସିକ ଚାପ କମ୍ ହୋଇଥାଏ । ସେଥିପାଇଁ ବିୟରକୁ ମଦ ଭିତରେ ସବୁଠାରୁ ପୋଷକ ମଦ ବୋଲି କୁହାଯାଇଥାଏ ।
ବିୟର ପିଇବା ଦ୍ୱାରା ଶରୀରର ଅନାବଶ୍ୟକ ଚର୍ବି ମଧ୍ୟ କମିଥାଏ, ପରୋକ୍ଷରେ ବିୟର ଆମ ଶରୀରକୁ ପତଳା କରିବା ଓ ମୋଟାପଣରୁ ରକ୍ଷା ପାଇବାରେ ବି ସାହାଯ୍ୟ କରିଥାଏ ।
ବିୟର ଆମ ଶରୀରର ହାଡ଼କୁ ଶକ୍ତ କରିଥାଏ ।ଆମ ହାଡ଼ ଶକ୍ତ ହେବା ଦ୍ୱାରା, କମ୍ ବୟସରୁ ଦୁର୍ବଳ ଲାଗିବା ଭଳି ସମସ୍ୟାରୁ ଉପଶମ ମିଳିଥାଏ ।
ମୁଖ୍ୟତ ବିୟର ‘କିଡ୍ିନୀ ଷ୍ଟୋନ’ ଭଳି ଭୟଙ୍କର ରୋଗରୁ ରକ୍ଷା ପାଇବାରେ ସହାୟକ ହୋଇଥାଏ । ବିୟର ପାନ କରି କିଡ୍ିନୀ ସମସ୍ୟା ଦୁର କରା ଯାଇପାରେ ।
ବିୟର ମାନସିକ ସଂଚାଳନ ବୃଦ୍ଧି କରାଇଥାଏ ଯାହା ଫଳରେ ମଣିଷ ଅଧିକ ଚାପ ସହ୍ୟ କରିବାର ସାମର୍ଥ୍ୟ ରଖିପାରେ ।