ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁଜ ପନିପରିବା ମଧ୍ୟରେ କଲରା ଏଭଳି ଏକ ପରିବା ଯାହା ପାଟିକୁ ପିତା ଲାଗେ କିନ୍ତୁ ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ । କଲରାରେ ଥିବା ଭିଟାମିନ୍ ଏ, ବି ଏବଂ ସି ଶରୀରରେ ରୋଗପ୍ରତିରୋଧକ କ୍ଷମତାକୁ ବଢାଇ ଥାଏ । କଲରା ସେବନ କର୍କଟ ରୋଗକୁ ମୁକାବିଲା କରିପାରିବ । ଏଥିରେ କ୍ୟାରୋଟିନ, ପୋଟାସିୟମ, ଜିଙ୍କ, ଲୁଟିନ୍, ମ୍ୟାଗ୍ନେସିୟମ ଭଳି ଫ୍ଲାବୋବ୍ନାଇଡ ମଧ୍ୟ ଥାଏ ।
ଗାଢା ରଙ୍ଗର କଲରାରେ ବହୁତ ପରିମାଣର ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍ ଥାଏ । ଏହାକୁ ଆପଣ ତରକାରୀ, ଆଚାର କିମ୍ବା ଜୁସ୍ କରି ପିଇ ପାରିବେ ।
ଯଦି ଆପଣଙ୍କର ପାଚନ ଶକ୍ତି କମଜୋର ଅଛି ତେବେ କଲରା ସେବନ କରନ୍ତୁ ଏହା ପାଚନ ଶକ୍ତିକୁ ମଜବୁତ ରଖିଥାଏ । କଲରା ଥଣ୍ଡା, ସେଥିପାଇଁ ଗରମ ଦିନେ ସୃଷ୍ଟି ହେଉଥିବା ରୋଗ ପାଇଁ କଲରା ଔଷଧ ଭଳି କାମ ଦେଇଥାଏ ।