ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସବୁ ପରିବା ମଧ୍ୟରେ ଆଳୁକୁ ରାଜା ବୋଲି କୁହାଯାଇଥାଏ । ବିଭିନ୍ନ ପ୍ରକ୍ରିୟାରେ ଆଳୁ ସେବନ କରାଯାଇଥାଏ । ତରକାରୀଠାରୁ ଆରମ୍ଭ କରି ଭଜା, ଚଟଣୀ, ଚିପ୍ସ ଆଦି ଭିନ୍ନ ଭିନ୍ନ ଉପାୟରେ ଆଳୁ ବ୍ୟବହାର କରାଯାଇଥାଏ । କିନ୍ତୁ ଆଜି ଆମେ ସିଝା ଆଳୁର ଫାଇଦା ବିଷୟରେ କହିବାକୁ ଯାଉଛୁ । ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଳୁରେ କାର୍ବୋହାଇଡ୍ରେଟ ଥାଏ । ଯାହାଦ୍ୱାରା ପତଳା ବ୍ୟକ୍ତିଙ୍କୁ ସେମାନଙ୍କ ଶରୀର ମଜବୁତ କରିବାରେ ସହାୟକ ମିଳିଥାଏ । କିନ୍ତୁ ଏହାର ଅର୍ଥ ନୁହେଁ କି ଆଳୁ ସେବନ ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ ।
ସେହିପରି ଆଳୁରେ ମ୍ୟାଗ୍ନେସିୟମ ଥାଏ । ଯାହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ସେଥିବା ରକ୍ତଚାପ ରୋଗୀଙ୍କୁ ସିଝା ଆଳୁ ଦେବା ଉଚିତ୍ ।
ଅନ୍ୟପଟେ ପାଚନ ତନ୍ତ୍ରକୁ ସଠିକ୍ ରଖିଥାଏ ଆଳୁ । ଏହାସହିତ ଭୋଜନକୁ ହଜମ କରାଇବାରେଆଳୁ ସହାୟକ ହୋଇଥାଏ । ଏହାଦ୍ୱାରା ପାଚନ ଶକ୍ତି ମଜବୁତ ହୋଇଥାଏ ।
ଆଳୁରେ ଭିଟାମିନ୍ସ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ । ଯାହା ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ପାଇଁ ଆଳୁ ଫାଇଦା ହୋଇଥାଏ । ଏହାସହିତ ସିଝା ଆଳୁ ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଦରଜ ଦୂର ହୋଇଥାଏ ।
ଆଳୁରେ ଥିବା ଭିଟାମିନ୍ ସି, ପୋଟାସିୟମ, ଭିଟାମିନ ବି୬ ଏବଂ ଅନ୍ୟ ଖଣିଜ ଶରୀରର ଅନ୍ୟ ଅଂଶର ଫୁଲାପଣକୁ ଦୂର କରିଥାଏ ।